ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ସାନଗୁଣ୍ଡୁରି ଗାଁର ଲିଲୁ ରଣା (୨୪) ଦାଦନ ଖଟିବାକୁ ରାଜସ୍ଥାନ ଯାଇଥିଲେ। ସେଠାରେ ଗତ ଜୁଲାଇ ୧୫ ତାରିଖ ଦିନ ସାପ କାମୁଡାରେ ତାଙ୍କର ମୃତ୍ୟୁ ହୋଇଥିଲା। ରବିବାର ଦିନ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ମୃତ ଦାଦନ ଶ୍ରମିକଙ୍କ ସାନଗୁଣ୍ଡୁରି ସ୍ଥିତ ଘରକୁ ଯାଇ ପରିବାର ବର୍ଗଙ୍କୁ ସାକ୍ଷାତ କରି ଶ୍ବାନ୍ତନା ଦେଇଥିଲେ। ମୃତ୍ୟୁ ଜନିତ ଅର୍ଥ ଏହି ପରିବାର ପାଇନଥିବାରୁ ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇବି ବୋଲି ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଝୀ କହିଥିଲେ। ଏଥିରେ କେଶରୀ ସାହୁ, ନାରାୟଣ ବିଶ୍ଵାଳ ଓ ଗ୍ରାମର ଅନ୍ୟ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।