ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ଅନ୍ତର୍ଗତ ସିକେରକୁପା ଫାଣ୍ଡିରେ ନୂତନ ଅଧିକାରୀ ଭାବେ ମୁରଲୀ ମୋହନ ପିଡିକା ଯୋଗଦେଇଛନ୍ତି। ଏହି ଫାଣ୍ଡିରେ ଅଧିନରେ ୫ ଗୋଟି ପଞ୍ଚାୟତର ଜନ ସାଧାରଣ ନିର୍ଭରଶୀଳ ରହିଥାନ୍ତି। ତେବେ ଏଠି କାର୍ଯ୍ୟରତ ଅଧିକାରୀ ମିନକେତନ ଶବରଙ୍କୁ ଜୁନାଗଡ଼ ବ୍ଲକ ଚିଲିଗୁଡ଼ା ଫାଣ୍ଡିକୁ ବଦଳି ହୋଇଥିବା ବେଳେ ସିକେରକୁପା ଫାଣ୍ଡିକୁ ନୂତନ ଭାବରେ ମୁରଲୀ ମୋହନ ପିଡିକା ଯୋଗଦାନ କରିଥିବା ଜଣାପଡ଼ିଛି। ଆଇନ ଶୃଙ୍ଖଳା ସହ ବିଭିନ୍ନ ସମସ୍ୟା ଉପରେ ଶୀଘ୍ର ପଦକ୍ଷେପ ନିଆଯିବ ଓ ଜନସାଧାରଣଙ୍କ ସହ ମିଳିତଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ପିଡ଼ିକା ପ୍ରକାଶ କରିଛନ୍ତି ।