ଓଡ଼ିଆ ବାର୍ତ୍ତା/ ରାମନାଗୁଡା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ସଦର ସ୍ଥିତ ଆରୀୟାନ +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୭୯ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାମନାଗୁଡ଼ା ଥାନା ଅଧିକାରୀ ଶ୍ରୀମତୀ ସୁନୀତା ବେହେରା, ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଗଗନ ଆଚାର୍ଯ୍ୟ ଏବଂ ଶ୍ରୀଯୁକ୍ତ ବେଣୁ ଗୋପାଳ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହା ବ୍ୟତୀତ ଅନୁଷ୍ଠାନର ମୁଖ୍ୟ ଅଧକ୍ଷ ଶ୍ରୀଯୁକ୍ତ ଅକୃର ବେନିଆ (ଅର୍ଜୁନ) ଙ୍କ ସମେତ ଅନୁଷ୍ଠାନର ଅଧ୍ୟାପକ ଏବଂ ଅଧ୍ୟାପିକା ମଞ୍ଚାସୀନ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥିଗଣ ଦେଶାତ୍ମକ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ୭୯ ତମ ସ୍ବାଧିନତା ଦିବସ ନିମନ୍ତେ ଅନୁଷ୍ଠାନ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଂଗୀତ, ରଚନା, ଖେଳ,ନୃତ୍ୟ ଆଦି ପ୍ରତିଯୋଗୀତା କରାଯାଇଥିଲା । ସେହି ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହା ବ୍ୟତୀତ ଚଳିତବର୍ଷ +୨ ପରୀକ୍ଷାରେ ପ୍ରଥମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।