ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ (ରାଜୁ ଭାଇ)ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହେଉଥିଲା। ସୋମବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଅନେକ ଦିନ ଧରି ବିଭିନ୍ନ ରୋଗରେ ପିଡୀତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଢୋଲକିଆଙ୍କ ଆବର୍ତ୍ତମାନରେ ଦଳ ମତ ନିର୍ବିଶେଷରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ବିଜୁ ଜନତା ଦଳର ଏହି ତୁଙ୍ଗ ନେତା ପୂର୍ବରୁ ମନ୍ତ୍ରୀ ଓ ବିଧାୟକ ରହିଥିବା ବେଳେ ଜନତାଙ୍କ ଅତି ପ୍ରୀୟ ଥିଲେ।