ମୁଣ୍ଡ ପରାଶର ପରିବାର ପକ୍ଷରୁ ମହର୍ଷି ପରାଶରଙ୍କ ଜୟନ୍ତୀ ଓ ନୂଆଁଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ବ୍ରଜ ବିହାର ଶିଶୁ ବିଦ୍ୟା ମନ୍ଦିର ପରିସରରେ ମୁଣ୍ଡ ପରାଶର ପରିବାର, ଭବାନୀପାଟଣା ପ୍ରାନ୍ତ ଦ୍ୱାରା ମହର୍ଷି ପରାଶରଙ୍କ ଜୟନ୍ତୀ ତଥା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପ୍ରାନ୍ତୀୟ ସଭାପତି ମଳୟ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଭବାନୀପାଟଣା ପ୍ରାନ୍ତରୁ ପ୍ରାୟ ୩୦୦ ଜଣ ସଦସ୍ୟ ଓ ସଦସ୍ୟା ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ପ୍ରଥମେ ଉପସ୍ଥିତ ବୟୋଜ୍ୟେଷ୍ଠ ସଦସ୍ୟମାନଙ୍କ ଦ୍ୱାରା ମହର୍ଷି ପରାଶରଙ୍କ ପୂଜାର୍ଚ୍ଚନା କରାଯାଇଥିଲା।

କବି ପରମେଶ୍ୱର ମୁଣ୍ଡ ଓ ସ୍ନେହଲତା ଷଡ଼ଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହର୍ଷି ପରାଶରଙ୍କ ଜୀବନୀ ଉପରେ ଆଲୋଚନା କରାଯାଇଥିଲା। ପରମେଶ୍ୱର ମୁଣ୍ଡ ମହର୍ଷି ପରାଶରଙ୍କ ସଂକ୍ଷିପ୍ତ ଜୀବନୀ ପାଠ କରିଥିଲେ।

ଏହି ଅବସରରେ ବିଶିଷ୍ଟ ଲେଖିକା ସ୍ନେହଲତା ଷଡ଼ଙ୍ଗୀ (ମୁଣ୍ଡ)ଙ୍କୁ ତାଙ୍କ ଉଲ୍ଲେଖନୀୟ କୃତି “ଶ୍ରୀମଦ୍ ଭାଗବତ ଗୀତା” ଗ୍ରନ୍ଥକୁ ଓଡ଼ିଆ ଭାଷାରେ ଅନୁବାଦ ପାଇଁ ମୁଣ୍ଡ ପରାଶର ପରିବାର ତରଫରୁ ପୂର୍ବତନ ଜିଲ୍ଲା ସଭାପତି ଡାକ୍ତର ଅଶୋକ ମୁଣ୍ଡଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ସମସ୍ତ ସଦସ୍ୟ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ।

ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମହିଳାମାନଙ୍କ ମଧ୍ୟରେ ହୁଳହୁଳି, ଶଙ୍ଖ ବାଦନ ତଥା ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିଶୁମାନଙ୍କ ମଧ୍ୟରେ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରାନ୍ତୀୟ ସମ୍ପାଦକ ସୁଧୀର ରଞ୍ଜନ ମୁଣ୍ଡ, ଉପସଭାପତି ସନତ ମୁଣ୍ଡ, ଜିଲ୍ଲା ସଭାପତି ସନ୍ତୋଷ କୁମାର ମୁଣ୍ଡ, ଜିଲ୍ଲା ଉପସଭାପତି ଦୀନବନ୍ଧୁ ମୁଣ୍ଡ, ଜିଲ୍ଲା ଆବାହକ ଜିତେନ୍ଦ୍ର ମୁଣ୍ଡ, ଯୁଗ୍ମ ସମ୍ପାଦକ ସୁଢ଼ଳଦେବ ମୁଣ୍ଡ, ସମରେନ୍ଦ୍ର ମୁଣ୍ଡ, ଚିତ୍ତରଞ୍ଜନ ମୁଣ୍ଡ, ଓ ବଣ୍ଟି ମୁଣ୍ଡଙ୍କ ସହଯୋଗରେ ଉତ୍ସବଟି ସଫଳତାର ସହ ଆୟୋଜନ କରାଯାଇଥିଲା। ଶେଷରେ ପ୍ରାନ୍ତୀୟ ଆବାହକ ଜଗନ୍ନାଥ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.