୧୪୭ ଅଭିଯୋଗରୁ ୨୭ ତୁରନ୍ତ ସମାଧାନ
ତିନି ଅସହାୟ ଲୋକଙ୍କୁ ଅଧ୍ୟକ୍ଷ କର୍ପସ ପାଣ୍ଠିରୁ ୨୫ ହଜାର ଆର୍ଥିକ ସାହାୟତା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ସୋମବାର ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତା’ର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୪୭ ଅଭିଯୋଗରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି ୨୭ ଟି ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା । ରାଜ୍ୟର ମୋହନ ସରକାର ଏବଂ କେନ୍ଦ୍ରର ମୋଦୀ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁବିଧା ପ୍ରତି ଗାଁ, ପ୍ରତ୍ୟେକ ବସ୍ତି ଓ ପଡାରେ ପହଞ୍ଚାଇବା ଆମ ପ୍ରଶାସନର ଉଦ୍ଦେଶ୍ୟ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡ଼ିଓ ତ୍ରିପୁରା ମହାନନ୍ଦ, ତହସିଲଦାର ଚନ୍ଦନ କୁମାର ନାଏକ, ଜିଲ୍ଲା ପରିଷଦ ଶ୍ରୀମତୀ ହେମାଙ୍ଗିନି ରାଉତ, ସରପଞ୍ଚ ଦିନେଶ କୁମାର ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ଚିତ୍ତ ରଂଜନ ଜେନା, କନିଷ୍ଠ ଯନ୍ତ୍ରୀ ମହେଶ ନାଏକ, ସାମାଜିକ ସୁରକ୍ଷା ବିଭାଗର ଚନ୍ଦନ ବିହାରୀ, ଗ୍ରାମୀଣ ଗୃହ ଯୋଜନାର ବିପିସି ମଧୁ ସାହୁ, ଯୋଗାଣ ବିଭାଗରୁ ଦିବ୍ୟରାଜ ଭୋଇ, ଏପିଓ କ୍ଷେତ୍ର ମୋହନ ମାଝୀ, ପାନୀୟ ଜଳ ବିଭାଗରୁ ରିତା ରାଣୀ କିଶନ, ଶିକ୍ଷା ବିଭାଗରୁ ସିଆରସିସି ଖିରାବ୍ଧି ତନୟ ମଶ୍ରା, କୃଷି ବିଭାଗରୁ ସରସ୍ଵତୀ ମେହେର, ଏଏଫ୍ଓ ବନ୍ଦନା ରାଣୀ ପଣ୍ଡା, ଗ୍ରାମ୍ୟ ଉନ୍ନୟନ ବିଭାଗରୁ ହୃଷିକେଶ ସ୍ୱାଇଁ, ରାଜସ୍ଵ ନିରୀକ୍ଷକ ଜିତେନ୍ଦ୍ର କୁମାର ନାଏକ, ପିଇଓ ପୁରୁଷୋତ୍ତମ ନାଏକଙ୍କ ସମେତ ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀ ଓ ବୃନ୍ଦାବାହାଲ ଗ୍ରାମପଞ୍ଚାୟତର ଅନେକ ଜନସାଧାରଣ ଉପସ୍ଥିତ ଥିଲେ । ଏହି ଅବସରରେ ବୃନ୍ଦାବାହାଲ ଗ୍ରାମର କ୍ଷେତ୍ର ହଂସ ଓ ଖାଲିଆପାଲି ଗ୍ରାମର ମେଘ ଚଲାନଙ୍କୁ ବ୍ଲକ ଅଧ୍ୟକ୍ଷ ନିଜସ୍ବ କର୍ପସ ଫଣ୍ଡରୁ ୧୦ ହାଜର ଟଙ୍କା ଲେଖାଏଁ ଓ ବୃନ୍ଦାବାହାଲ ଗ୍ରାମର ନିରାଶ ରାଉତଙ୍କୁ ୫ ହାଜର ଟଙ୍କା ପ୍ରଦାନ କରିଥିଲେ । କ୍ଷେତ୍ର ହଂସ ଓ ନିରାଶ ରାଉତ ଏକ ଗରିବ ପରିବାର ହୋଇଥିବା ବେଳେ ସେମାନେ ରୋଗାଗ୍ରସ୍ଥ ହୋଇ ଥିବାରୁ ତାଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ଏହି ଟଙ୍କା ପ୍ରଦାନ କରାଯାଇଥିଲା । ଖଲିଆପାଲି ଗ୍ରାମର ମେଘ ଚଲାନ ବାପା ମାଁଙ୍କୁ ହରାଇ ନିଜ ଜେଜେମା ପାଖରେ ରହୁଛନ୍ତି, ଆଜି ତାଙ୍କ ଜେଜେମା ଜନ ଶୁଣାଣି ଶିବିରକୁ ଆସି ଏହି ବାପା ମାଁ ଛେଉଣ୍ଡ ପିଲାକୁ କିଛି ସରକାରି ସହାୟତା ପ୍ରଦାନ କରିବାକୁ ନିବେଦନ କରିଥିଲେ । ସୂଚନାଯୋଗ୍ୟ ଯେ, ଗୋଲାମୁଣ୍ଡା ବ୍ଲକର ଗରିବ ନିରୀହ ଲୋକଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ନିଜସ୍ବ ଏକ କର୍ପସ ପାଣ୍ଠି ଖୋଲିଛନ୍ତି ଓ ଲୋକଙ୍କୁ ସହାୟତା ଯୋଗାଇ ଆସୁଛନ୍ତି ।