ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ବ୍ଲକ ଦେପୁର ବଜାର ପଡିଆ ଠାରେ ଆଞ୍ଚଳିକ ଡମ୍ ବିକାଶ ପରିଷଦ ଦେପୁର ଏବଂ ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ କଳାହାଣ୍ଡିର ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଡମ୍ବ ଜାତିର ପାରମ୍ପରିକ ବାଜା ସହିତ ହଜାର ହଜାର ଲୋକ କୁରେ ପତ୍ରରେ ଚୂଡ଼ା କୁଣା ଖାଇଥିଲେ। ଏନେଇ ଆୟୋଜିତ ଭେଟଘାଟ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ପଦ୍ମନ କରୁଆଁ। ଏଥିରେ ମୁଖ୍ୟ ଅତିଥି ଭାବେ ଏଓଏସସିଏଫ ଜିଲ୍ଲା ସଭାପତି ଦିଗାମ୍ବର ଲୁହା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମହାସଚିବ ଯତୀନ୍ଦ୍ର କର, ସଂଗଠନର ଆଇନ ପରାମର୍ଶଦାତା ଛବିଲାଲ ନିଆଁଲ, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ଜିଲ୍ଲା କମିଟିର ଉପଦେଷ୍ଟା ରାମସ୍ୱାମୀ ମହିମା, ସାମାଜିକ ମୁଖ୍ୟ ଲୋକନାଥ ନାଗ, ଉପସଭାପତି ଧବଳେଶ୍ୱର ନାଗ, ଅଭିରାମ ନନ୍ଦ,ସମ୍ପାଦକ, ବରୁଣ ନାଏକ, ଦୁର୍ୟୋଧନ କୁମ୍ଭାର, କୋଷଦକ୍ଷ କୌଶିକ ଦୁରିଆ, ରମେଶ ଦୁର୍ଗା, ସାମାଜିକ ସାଥି ପ୍ରେମଲାଲ ନାଏକ, ସଂଗଠନର ଯୁବ ମୁଖ୍ୟ ଲଳିଙ୍ଗ କୁମାର, ଆଇନଜୀବୀ ପୃଥ୍ୱୀରାଜ ତାଣ୍ଡି, ଉପଦେଷ୍ଟା ଅବିରାମ ଛତ୍ରିଆ, ବରୁଣ ନାଏକ, ଶଙ୍କର କର, ଅଭିମନ୍ୟୁ ବିଶି, ଡମ ବିକାଶ ପରିଷଦ ଦେପୁରର ବିଜୟ ଦୀପ, ଅଭିରାମ ସାଗର, କୃଷ୍ଣ ଚନ୍ଦ୍ର ନାଗ ଆମ୍ବେଦକର ବାଦୀ ରୁକଧର ମହାନନ୍ଦ, ସାମାଜିକ ସାଥି ସତ୍ୟାନନ୍ଦ ନାଗ, ଭବାନୀପାଟଣା କରଲାଗୁଡା ସରପଞ୍ଚ ଆଦିତ୍ୟ ନାଏକ, ଅଭିଜିତ କର, ସାମ୍ବାଦିକ ଧୀରେନ୍ଦ୍ର ସୁନାନୀ, ଓବିସି ସମାଜର ସାମ୍ବାଦିକ କେଶବ ମେହେରଙ୍କ ସହିତ କେସିଙ୍ଗା ବ୍ଲକ ସଭାପତି ଧିମାନ ଯୁଧିଷ୍ଠିର ଭଗତ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଜୟ ପ୍ରକାଶ ଜାଲ। ଏଓଏସସିଏଫର ବ୍ଲକ, ମ୍ୟୁନିସିପାଲଟି ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ଓ ସଦସ୍ୟ/ସଦସ୍ୟା, ଆବାହକ କମିଟି, ଦେପୁର ଆଞ୍ଚଳିକ ଡମ୍ ବିକାଶ ପରିଷଦର ସମସ୍ତେ ସହଯୋଗ କରିଥିଲେ। ସମାଜକୁ ଏକତା ଓ ସଚେତନ ପାଇଁ ଏହି ଅବସରରେ ପରଲୋକଗତଙ୍କୁ ମୋରଣତ୍ତର ସମ୍ମାନରେ ସମ୍ମାନିତ କରାଯାଇଥିଲା।