ବଡ଼ଧାରପୁର ଯୁବକ ସଂଘର ନିଆରା ପ୍ରୟାସ; ସରକାରୀ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦରଖାସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବଡଧାରପୁର ଗ୍ରାମରେ ଥିବା ଯେତେ ସବୁ ସରକାରୀ ଜାଗାକୁ ଡିମାର୍କେସନ କରିବା ପାଇଁ ଆଜି ନର୍ଲା ତହସିଲଦାରଙ୍କୁ ବଡ ଧାରପୁର ଯୁବକ ସଂଘ ତରଫରୁ ଦରଖାସ୍ତ ଦିଆଯାଇଛି।ସୂଚନା ଅନୁଯାୟୀ ବଡ଼ଧାରପୁର ଯୁବକ ସଂଘର ଉପଦେଷ୍ଠା ମଣ୍ଡଳୀର ସଦସ୍ୟ ସଭାପତି ତଥା ସମ୍ପାଦକ ସମସ୍ତେ ବିଚାର କରୀକି ନିଷ୍ପତି ନେଇଛନ୍ତି ଯେ, ଉକ୍ତ ଜମିରେ ପୁନର୍ବାର ବୃକ୍ଷରୋପଣ କରିକି ଏକ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିବାର ନିଆରା ପ୍ରୟାସ। ଏହି ପରିପରେକ୍ଷୀରେ ବଡ ଧାରପୁର ଯୁବକ ସଂଘର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ତହସିଲଦାରଙ୍କୁ ଦରଖାସ୍ତ ଦିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.