ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ଗଣ୍ଡପତ୍ରାପାଲି ଗ୍ରାମପଞ୍ଚାୟତର ଭତାସର ତାରିଣୀ କଲେଜ ନିକଟରେ ମେଗା ପାଣି ଟାଙ୍କିର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଜେପି ଯୁବନେତା ଡୋଳାମଣି ବସ୍ତିଆ ଓ ସର୍ବେଶ୍ୱର ପାତ୍ର, ସ୍ଥାନୀୟ ସରପଞ୍ଚ ମନେଶ ସୁନାଙ୍କ କର କମଳରେ ଏହି ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା | ଲୋକଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି |ଏହି ଟାଙ୍କିରୁ ପଞ୍ଚାୟତର ସମସ୍ତ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇ ଦିଆଯିବ ବୋଲି ସରପଞ୍ଚ ଶ୍ରୀ ମନେଶ ସୁନା କହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ବିଭାଗୀୟ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ |





