ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚଞ୍ଚରା ପଡା ଇନ୍ଦ୍ରାବତୀ ବାମ କେନାଲ ସେୟାର ଗେଟ୍ ନିକଟରେ ଥିବା ଆମ୍ବଗଛରେ ଜଣେ ଯୁବକର ମୃତ ଦେହ ଝୁଲୁଥିବା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ଜୟପାଟଣା ଚଞ୍ଚରା ପଡା ର ରାଜୁ କଣ୍ଟା (୧୮) ବୋଲି ଜଣା ପଡିଛି। ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଏ ନେଇ ଜୟପାଟଣା ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଆଜି ଭୋର ସକାଳେ ଲୋକେ ଗଛରେ ମୃତଦେହ ଦେଖି ଏ ସମ୍ପର୍କରେ ଜୟପାଟଣା ପୋଲିସକୁ ଜଣାଇଥିଲେ।





