ଗୁଣୁପୁର ମହାଲକ୍ଷ୍ମୀ ପୂଜାର ପୂର୍ଣ୍ଣାହୁତି ପଡିଲା: ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଗାଡେବନ୍ଧ ଗ୍ରାମ ପଞ୍ଚାୟତର ଗୁଣୁପୁର ଗ୍ରାମର ବହୁ ଚର୍ଚ୍ଚିତ ଲକ୍ଷ୍ମୀପୂଜାର ପୂର୍ଣ୍ଣାହୂତି ପଡିଛି। ୪୬ ତମ ମହାଲକ୍ଷ୍ମୀ ପୂଜା ପାଇଁ ଗତ ଶନିବାର ଅପରାହ୍ନରେ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା। ରବିବାର ସକାଳୁ ବିଧିବଦ୍ଧ ଭାବରେ ପୂଜା ଚାଲିଥିଲା। ଗୁରୁବାର ସଂଧ୍ୟାରେ ପୂର୍ଣ୍ଣାହୂତି ପଡିଥିବା ବେଳେ ଶୁକ୍ରବାର ସଂଧ୍ୟାରେ ଏହାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂଜା ଆରମ୍ଭ ଦିନ ରବିବାର ରାତିରୁ ପ୍ରତ୍ୟହ ମନୋରଞ୍ଜନ କାର୍ଯ୍ୟକ୍ରମରେ ନାଟକ, ଦଣ୍ଡନୃତ୍ୟ ପ୍ରଭୃତି ଅନୁଷ୍ଠିତ ହୋଇ ଆସୁଥିଲା। ଗ୍ରାମର ବରିଷ୍ଠ ନାଗରିକ ମାର୍କଣ୍ଡ ସାହୁ ଓ ପ୍ରେମଲତା ସାହୁ ପୂଜା କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରିଥିଲେ। ପୂଜକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଓ ସହଯୋଗୀ ଭାବରେ ନାରାୟଣ ବେହେରା ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ। ପରିଚାଳନା କମିଟିର ମୁଖ୍ୟ ଉପଦେଷ୍ଟା ଅଜିତ କୁମାର ସାହୁ, ସଭାପତି ଗଣେଶ ମୁଣ୍ଡା ଓ ସମ୍ପାଦକ ଡିଙ୍ଗର ମୁଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୪୬ ତମ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିଲା। ଗୁରୁବାର ଶେଷ ରଜନୀରେ ଡ୍ୟାନ୍ସ ଡ୍ୟାନ୍ସ ଧମାକା ଆୟୋଜିତ କରିଥିଲା କମିଟି। ମୂଖ୍ୟ ଉପଦେଷ୍ଟା ଅଜିତ ସାହୁଙ୍କ ସଭାପତିତ୍ୱରେ ସାଂଧ୍ୟ ମଞ୍ଚ ଅଧିବେସନରେ ମୁଖ୍ୟ ଅତିଥି ଭାବରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସମ୍ମାନୀତ ଅତିଥି ଭାବରେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର,ଘଣ୍ଟମାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ଲଳିତ ସାହୁ, ସମିତି ସଦସ୍ୟ ପ୍ରତିନିଧି ନିର୍ମଳ ଦଳେଇ, ଯୁବ ଉଦ୍ୟୋକ୍ତା ରୋମାଞ୍ଚଳ ସାହୁ, ଗୁଣୁପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ମାଝୀ, ଭବାନୀପାଟଣା ଜିଏନଏସ ଗିରିସୂତା ମାଝୀ, ଲାଞ୍ଜିଗଡ ବନ୍ଧପାରିର ସ୍ୱାସ୍ଥ୍ୟକର୍ମୀ ବାସନ୍ତୀ ମାଝୀ, ଯୁବ ସମାଜସେବୀ କେତନ ମାଝୀ, ଉଦୟନାଥ ସାହୁ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ଶିକ୍ଷାବିତ୍ କ୍ଷୀତିଶ ଚନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରିଥିଲେ। ଇତ୍ୟବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଓ ଗ୍ରାମ ପ୍ରତି ଅବଦାନ ରହିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଵତନ୍ତ୍ର ଭାବରେ ସମ୍ମାନୀତ ହୋଇଥିଲେ ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ବରିଷ୍ଠ ପ୍ରଧାନ ଶିକ୍ଷକ ବଳରାମ ମାଝୀ, ସମ୍ବଲପୁରୀ କଣ୍ଠଶିଳ୍ପୀ ଅଞ୍ଜଳି ମହାନନ୍ଦ। ଅନ୍ୟ ସମ୍ମାନୀତ ବ୍ୟକ୍ତି ବିଶେଷ ପୂଜା କର୍ତ୍ତା ଦମ୍ପତି ମାର୍କଣ୍ଡ ସାହୁ ଓ ପ୍ରେମଲତା ସାହୁ, ପୂଜା ମଣ୍ଡପ ଓ ମଞ୍ଚ ପାଇଁ ୧୪ ଡିସିମିଲ ଜାଗା ଦାନ କରିଥିବା ଉଦିତ ବିଶି ଓ ଅଞ୍ଜଳି ବିଶି। ସେହିଭଳି ମୂର୍ତ୍ତି ଦାନ କରିଥିବା ନିର ଗୌଡ, ସାଏପତି ମାଝୀ, ଶ୍ରୀମତୀ ମାଝୀ, କାର୍ତ୍ତିକ ଗୌଡ, ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀ, ଭିମ୍ ରାଜ ଶବର, ଭଗବାନ ବାରିକ ପ୍ରମୁଖ। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଉପଦେଷ୍ଟା ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ରାତିରେ ଅନୁଷ୍ଠିତ ଡ୍ୟାନ୍ସ ଡ୍ୟାନ୍ସ ପ୍ରତିଯୋଗୀତା କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୭ ଗୋଟି ଟୃପ ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବରେ ଏମଜେ ପପିନ, ମେଗା ଆଲବମ ଷ୍ଟାର ଚିରଞ୍ଜିବୀ ଭୋଇ ଓ ସୁଭଦ୍ରା କାଣ୍ଡ ଯୋଗଦାନ କରି ମୂଲ୍ୟାୟନ କରିଥିଲେ। ପଶ୍ଚିମ ଓଡିଶାର ସୁନାମଧନ୍ୟ ଉଦ୍ଘୋଷକ ସୁଧିର ନାଏକ ଡ୍ୟାନ୍ସ ଡ୍ୟାନ୍ସ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ସଇଁତଲା ଗୃପ ପ୍ରଥମ ସ୍ଥାନ ଅଧିକାର କରି ୯,୦୦୦ ଟଙ୍କା ମୁଣିଂ, ଚିତଲପଟାର ମା ମାଣିକେଶ୍ୱରୀ ମହିଲା ଗୃପ ଦ୍ୱିତୀୟ ସ୍ଥାନ ଅଧିକାର କରି ୭,୦୦୦ ଟଙ୍କା ଏବଂ ବଲାଙ୍ଗୀରର ସତ୍ୟପ୍ରକାଶ ଗୃପ ଓ ଲୁଥୁରବନ୍ଧର ହେପି ଡ୍ୟାନ୍ସ ଗୃପ ଯୁଗ୍ମ ଭାବରେ ତୃତୀୟ ସ୍ଥାନରେ ରହି ୫,୦୦୦ ଟଙ୍କା ପୁରସ୍କାର ରାଶି ପାଇଥିଲେ। କମିଟିର ସମସ୍ତ ସଦସ୍ୟ, ଗ୍ରାମର ଯୁବ ଗୋଷ୍ଠୀ ଓ ଜନ ସାଧାରଣ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.