ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ମ.ରାମପୁର ବ୍ଲକ ପାକେଲପଡ଼ା ଶ୍ରୀ ବିନାୟକ ୟୁଥ୍ କ୍ଳବ ପକ୍ଷରୁ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହାର ତୃତୀୟ ଦିବସରେ ଫୁଟବଲ ମ୍ୟାଚ ସେମିଫାଇନାଲରେ ସିକେରପଡ଼ା ଓ ଟକର୍ଲା ମଧ୍ୟରେ ଖେଳା ଯାଇଥିଲା। ଦୁଇ ଦଳ ମଧ୍ୟରେ ଚିତ୍ତାକର୍ଷକ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ପ୍ରେମୀ ଏହାକୁ ମନଭରି ଉପଭୋଗ କରିଥିଲେ। ପରିଶେଷରେ ଟକର୍ଲା ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲେ। ମଞ୍ଚ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ଅବକାରୀ ବିଭାଗର ଓ.ଆଇ.ସି ଦେବାଶିଷ ସିର୍ଧର, ଅଇଲାପାଲି ପ୍ରଥମିକ ବିଦ୍ୟାଳୟ ଶିକ୍ଷକ ଦେବେନ୍ଦ୍ର ଗହିର, ମୁଡିଙ୍ଗ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତୁମେଶ୍ୱର ଜାନୀ, ଚିତଳପଟା ୱାର୍ଡ ମେମ୍ବର ମୁଥୁର କୁମାର ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହ କରିଥିଲେ। ଶ୍ରୀ ବିନାୟକ ୟୁଥ୍ କ୍ଲବ ସଭାପତି ଯଶୋବନ୍ତ ଗହିର, ସମ୍ପାଦକ ଲକ୍ଷପତି ଭୋଇ, କାର୍ଯ୍ୟକାରୀ ସମ୍ପାଦକ ସର୍ଜନ ବଗର୍ତ୍ତୀଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





