ଲେତେରମାଲ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା 

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ମୁରିବାହାଲ ବ୍ଲକ ବାନ୍ଦୁପଲା କ୍ଲଷ୍ଟର ଅନ୍ତର୍ଗତ ଲେତେରମାଲ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରଧାନ ଶିକ୍ଷକ ମହେନ୍ଦ୍ର ମାଝୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଘାସିରାମ ମାଝୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଖୁଜେନପାଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଉଦୟ ଭାନୁ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ | ଦୌଡ଼, ମ୍ୟୁଜିକ ଚେୟାର, ଲମ୍ବ ଡିଆଁ ସମେତ ବିଭିନ୍ନ ପ୍ରତିଯୋଗିତାରେ ଯୋଗେଶ୍ଵର ମାଝୀ, ଡିଲେଶ୍ଵରି ମାଝୀ, ସସ୍ମିତା କଅଁର, ପ୍ରେମାନନ୍ଦ ପୂଝାରି, ବବଲି ମାଝୀ, ଗାୟତ୍ରୀ ଭୋଇ ପ୍ରମୁଖ ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରି ଅତିଥିଙ୍କ ଠାରୁ ପ୍ରମାଣ ପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ | ଶେଷରେ ସହକାରୀ ଶିକ୍ଷକ ନିମାନନ୍ଦ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ | ସ୍କୁଲ କମିଟି ସଦସ୍ୟ, ଅଭିଭାବକ ତଥା ଗ୍ରାମବାସୀ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.