କିଡିଙ୍ଗ ବାବା ଜଳେଶ୍ଵର ମନ୍ଦିରର ନୂତନ କମିଟି ଗଠିତ

ଗୋପାଳ ସଭାପତି, ନିଲେଶ ସମ୍ପାଦକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ କିଡିଙ୍ଗ ବାବା ଜଳେଶ୍ଵର ମନ୍ଦିରର ସୁପରିଚାଳନା ନିମନ୍ତେ ମନ୍ଦିର ପରିସରରେ ମନ୍ଦିରର ମୁଖ୍ୟ ପୂଜକ ବିଶ୍ଵନାଥ ଶବରଙ୍କ ସଭାପତିତ୍ବରେ ଏକ ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାବା ଜଳେଶ୍ଵର ମନ୍ଦିରର ବିଭିନ୍ନ ବିଷୟରେ ଆଲୋଚନା ହେବା ସହିତ ଏକ ନୂତନ କମିଟି ଗଠନ କରାଯିବା ସହିତ ନୂତନ କର୍ମକର୍ତାଙ୍କୁ ମଧ୍ୟ ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ଗୋପାଳ ଦାସ ମହାନନ୍ଦ, ଉପସଭାପତି ଭାବେ ଦଶରଥ ଶବର, ସମ୍ପାଦକ ଭାବରେ ନିଲେଶ କୁମାର ନାଗ,ଯୁଗ୍ମ ସମ୍ପାଦକ ଭାବେ ଗୁଣନିଧି ଛତ୍ରିଆ , କୋଷାଧ୍ୟକ୍ଷ ଜିତାମିତ୍ର ଶବର, ସହ କୋଷାଧ୍ୟକ୍ଷ ଭାବେ କମ୍ଭୁ ଶବର ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ଏଥିରେ ଉପଦେଷ୍ଟା ଲାଞ୍ଜିଗଡ଼ରୋଡ ସରପଞ୍ଚ ମମତା ଶବର, ମନ୍ଦିର ମୁଖ୍ୟ ପୂଜକ ବିଶ୍ଵନାଥ ଶବର, ଗାଁ ଗୈାତିଆ ସତ୍ୟନାରାୟଣ ନାଗ, ଫକିର ବଗର୍ତ୍ତୀ, ମନୋହର ବଗର୍ତ୍ତୀ, ବୈଲୋଚନ ମାଝୀ,ଯୁଜନେ ଶବର, ପିତାମ୍ବର ଗହିର,ଭକ୍ତରାମ ବଗର୍ତ୍ତୀ, ଚନ୍ଦ୍ରମଣି ଭୋଇ, ଲୋଚନ ଶବର,ଅନଙ୍ଗ ମାଝୀ, ସିମାଞ୍ଚଳ ସଗରୀଆ ପ୍ରମୁଖଙ୍କୁ ସର୍ବସମ୍ମତ୍ତିକ୍ରମେ ମନୋନୀତ କରାଯାଇଥିଲା। ଏହି କମିଟି ମନ୍ଦିରର ଉନ୍ନୀତି ଓ ବିକାଶ ଏବଂ ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟ କରିବା ନିମନ୍ତେ ସହଯୋଗ କରିବ,ଏହି ବୈଠକରେ ଗ୍ରାମବାସୀ ତଥା ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ। ଶେଷରେ ନୂତନ କର୍ମକର୍ତାଙ୍କୁ ସମସ୍ତେ ଅଭିନନ୍ଦନ ଜଣାଇଥିଲେ। ସୂଚନା ଯୋଗ୍ୟ ଯେ ପୂର୍ବରୁ ୨୦୨୩ରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତା ଚୟନ ହୋଇଥିଲା। ଏହି କମିଟି ଭାଙ୍ଗି ପୁଣି ନୂତନ ଭାବେ କମିଟି ଗଠନ ହୋଇଥିବା କମିଟି ପକ୍ଷରୁ ସୂଚନା ମିଲଛି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.