ଲାଞ୍ଜିଗଡ଼ ବେଦାନ୍ତ ଡିଏଭି ଆନ୍ତର୍ଜାତୀୟ ବିଦ୍ୟାଳୟରେ ବାର୍ଷିକ କ୍ରୀଡା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ମାନବୀନ କୌରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବାର୍ଷିକ କ୍ରୀଡ଼ା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବେଦାନ୍ତ ଲିମିଟେଡ଼ର ସିଓଓ ବୀରେନ୍ଦ୍ର ସିଂହ ଯୋଗ ଦେଇଥିଲେ। ସର୍ବପ୍ରଥମେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୁହିକ ଡ଼ିଏଭି ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମଟିର ଶୁଭାରମ୍ଭ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ମାନବୀନ କୌର ନିଜ ସ୍ୱାଗତ ଅଭିଭାଷଣରେ ବିଦ୍ୟାର୍ଥୀଙ୍କ ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ସହ ଶୃଙ୍ଖଳା ଜ୍ଞାନ ଲାଭ କରିବେ ସେନେଇ ବକ୍ତବ୍ୟ ଦେଇଥିଲେ। ସେହିପରି ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଥିଲେ କ୍ରୀଡା ହିଁ ମଣିଷକୁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଏ ତେଣୁ ଶିକ୍ଷା କ୍ଷେତ୍ରରେ କ୍ରୀଡ଼ାର ଏକ ମୁଖ୍ୟ ତଥା ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ୧୦ ମିଟର, ୨୦୦ ମିଟର, ୪୦୦ ମିଟର ଓ ୮୦୦ ମିଟର ଦୌଡ଼ ପ୍ରତିଯୋଗିତା, ଲମ୍ବ ଡିଆ, ଉଚ୍ଚ ଡିଆ, ଡିସ୍କସ ଥ୍ରୋ, ରିଲେ ରେସ ଆଦି ପ୍ରତିଯୋଗିତା ଗୁଡ଼ିକ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତା ପରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଦିଆଯାଇଥିଲା।ଶେଷରେ କ୍ରୀଡ଼ା ମହୋତ୍ସବର ସାମୁହିକ ଜାତୀୟ ସଂଗୀତ ଗାନ କରି ସମାପ୍ତି ଘୋଷଣା କରାଯାଇଥିଲା। ଉକ୍ତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାଟିକୁ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦୁଷ୍ମନ୍ତ ମାଝୀ ଓ ଶିକ୍ଷୟତ୍ରୀ ଶିଳ୍ପୀ ଲାହା ପରିଚାଳନା କରିଥିବା ବେଳେ ଶିକ୍ଷକ ଜିତେନ୍ଦ୍ର କୁମାର ବାରିକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ ଦେଇଥିଲେ। ବାର୍ଷିକ କ୍ରୀଡ଼ା ଉତ୍ସବରେ ବହୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ମହୋତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.