ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର କଂଗ୍ରେସ କମିଟି ପକ୍ଷରୁ ୧୪୦ତମ କଂଗ୍ରେସର ପ୍ରତିଷ୍ଠା ଦିବସ ସ୍ଵପ୍ନେଶ୍ଵର ମହାଦେବଙ୍କ ମନ୍ଦିର ଠାରେ ଖଲ୍ଲିକୋଟ ବିଧାୟକ ପାର୍ଥି ଚିତ୍ର ସେନ ବେହେରା ଓ ପୂର୍ବତନ ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାଶଙ୍କ ମିଳିତ ସଂଯୋଜନାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପୂର୍ବତନ କଂଗ୍ରେସ କମିଟି ସଭାପତି ଶ୍ରୀ ମନୋରଞ୍ଜନ ଦାଶଙ୍କ ନିର୍ଦେଶ ରେ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ବୈଠକ ଅନୁଷ୍ଠିତ ହୋଇଥିଲା | ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ମଞ୍ଚାସିନ ରହି କହିଲେ ଯେ, ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଓ ଦେଶକୁ ସ୍ୱାଧୀନ କରିବାରେ ଆମ ପୂର୍ବସୂରୀମାନଙ୍କ ଅସୀମ ତ୍ୟାଗ ଓ ସେବା ପାଇଁ ଆମେ ଆଜି ଗର୍ବ କରୁଛୁ । ବହୁ ପୂର୍ବତନ ପ୍ରଧାନମନ୍ତ୍ରୀମାନେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ନାମକୁ ଟେକ ରଖିଥିବା ବେଳେ ବର୍ତ୍ତମାନ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଛି ଓ ମହାତ୍ମା ଗାନ୍ଧୀଙ୍କ ନାମକୁ ପ୍ରତ୍ୟେକ ସ୍ଥାନରୁ ହଟେଇବା ପାଇଁ ଚକ୍ରାନ୍ତ ଚାଲିଛି । କିନ୍ତୁ କଂଗ୍ରେସ ଦଳ ଏହାକୁ କଦାପି ବରଦାସ୍ତ କରିପାରିବ ନାହିଁ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦେଶବାସୀଙ୍କ ପାଇଁ ତା’ର କାର୍ଯ୍ୟ ଜାରି ରଖିବ ବୋଲି ମନୋରଞ୍ଜନ ଦାଶ ଓ ଚିତ୍ରସେନ ବେହେରା ମତ ଦେଇଥିଲେ | ଏହି ଅବସରରେ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏକଜୁଟ ହୋଇ ଦଳକୁ ସଶକ୍ତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ଗୌଡ଼, ରାମଚନ୍ଦ୍ର ବେହେରା, ଭାଗିରଥି ଗୌଡ଼, ଦମୟନ୍ତୀ ବେହେରା, କାମିନୀ ମହାନ୍ତି, ରାମକୃଷ୍ଣ ପାଢ଼ୀ, ସାଗର ପାଢ଼ୀ,ଦିନେଶ ପଣ୍ଡା, ମଲ୍କି ଦାଶ, ଦୀପକ ବେହେରା, ଏବଂ ଖଲ୍ଲିକୋଟ ବ୍ଲକରୁ ପ୍ରଭାତ ସାମନ୍ତରା, ସୁରେନ୍ଦ୍ର ସାହୁ, ବଳରାମ ନାୟକ ଅଞ୍ଜନା ମହାପାତ୍ର, ବିଜୟ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।





