ପୁରୁଷୋତ୍ତମପୁର ଫୁଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ବିଜେପିର ବନ୍ଧୁମିଳନ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଣା ବର୍ଷ ଶେଷରେ ସମସ୍ତ କର୍ମୀ, ନେତା, ଓ ସଂଗଠକ ମାନଙ୍କୁ ଗୋଟିଏ ସୂତ୍ର ରେ ବାନ୍ଧି ରଖିବା ନିମନ୍ତେ ପୁରୁଷୋତ୍ତମପୁର ସହରରେ ଥିବା ମା ଫୁଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ବିଜେପି ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବିଧାୟକଙ୍କ ପ୍ରତିନିଧି ସୁଦର୍ଶନ ବେହେରାଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଟ ତଥା ରାଜ୍ୟ ସମ୍ପାଦକ ପୃଥ୍ୱୀ ରାଜ ମହାପାତ୍ର, ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଦୁଇ ନଂ କାଉନ ସିଲର ଭାସ୍କର ବେହେରା, ପୂର୍ବତନ ମଣ୍ଡଳ ସଭାପତି ମନୋଜ କୁମାର ମହାପାତ୍ର, ପୂର୍ବତନ କାଉନ ସିଲର ସନ୍ତୋଷ କୁମାର ପଣ୍ଡା, ପୂର୍ବତନ ନଗର ସଭାପତି କୃଷ୍ଣଚନ୍ଦ୍ର ନାୟକ, ନୀଲେସୁ ମହାରଣା ଙ୍କ ସହ ବହୁ ଯୁବ କର୍ମୀ, ନେତା, ଓ ବୟସ୍କ ଅଭିଜ୍ଞତା ସମ୍ପର୍ଣ୍ଣ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ। ଏହି ବୈଠକରେ ନାରୀ ନେତ୍ରୀ ପୁଷ୍ପାଞ୍ଜଳି ଦଳେଇଙ୍କ ନେତୃତ୍ୱରେ ବହୁ ମହିଳା କର୍ମ କର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ପୁରୁଷୋତ୍ତମପୁର କୋର୍ଟରେ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଥିବା ରମାରଞ୍ଜନ ଦାଶ, ନାରାୟଣ ପାଣିଗ୍ରାହୀ ଓ ଚିତ ରଞ୍ଜନ ସାହୁଙ୍କୁ ଉତ୍ତରୀୟ ଦେଈ ସ୍ୱାଗତ କରିଥିଲେ। ଅନ୍ୟ ୬ ଜଣ ସରକାରୀ ଓକିଲଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ବୋଲି ଦଳପକ୍ଷରୁ କୁହା ଯାଇଛି। ବୈଠକ ଶେଷରେ ନୀଲେଶ ମହାରଣାଙ୍କ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.