ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭୁବନେଶ୍ବରସ୍ଥିତ ଉତ୍କଳ କରାଟେ ସ୍କୁଲରେ ୧୫ତମ ସର୍ବଭାରତୀୟ ଓପନ୍ କରାଟେ ପ୍ରତିଯୋଗିତା-୨୦୨୫ ଡିସେମ୍ବର ୩୦ ତାରିଖରେ ଉଦ୍ଯାପିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାକୁ ବିଭିନ୍ନ ବର୍ଗରେ ୧୫ ପଦକ ମିଳିଛି। ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ୯ ଜଣ କରାଟେ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।ସବ୍ ଜୁନିୟର ଅଣ୍ଡର ୧୪ ବର୍ଷ ବର୍ଗରେ କୁସୁମପ୍ରଭା ମାଝୀ କୁମିତେ (ଫାଇଟିଂ)ରେ ୧ କାଂସ୍ୟ ପଦକ, ସ୍ବୟଂ ଓଡ଼ିଆଙ୍କୁ କୁମିତେ (ଫାଇଟିଂ)ରେ ୧ କାଂସ୍ୟ, ପୁଷ୍ଟେନ୍ଦୁ ବିଶ୍ବାଳଙ୍କୁ କୁମିତେ (ଫାଇଟିଂ)ରେ ୧ ସ୍ବର୍ଣ୍ଣ, ଆଶୀର୍ବାଦ ବାଡ଼ତିଆଙ୍କୁ (ଫାଇଟିଂ)ରେ ୧ କାଂସ୍ୟ ହାସଲ କରିଛନ୍ତି। ସେହିପରି କେଡ଼େଡ଼୍ ଓ ଜୁନିୟର ୧୮ ବର୍ଷ କମ୍ ବର୍ଗରେ ଅର୍ପିତା ବାଡ଼ତିଆ କୁମିତେ (ଫାଇଟିଂ) ରେ ସ୍ୱର୍ଣ୍ଣ, ଲୋକେଶ ବିଶ୍ଵାଳ କୁମିତେ (ଫାଇଟିଂ)ରେ ରୌପ୍ୟ, ହିତେଶ ମହାଖୁଡ଼ଙ୍କୁ କାତାରେ ୨ଟି ସ୍ୱର୍ଣ୍ଣ ଓ କୁମିତେ (ଫାଇଟିଂ)ରେ ୧ ସ୍ୱର୍ଣ୍ଣ, କିରନ ବେମାଲଙ୍କୁ କୁମିତେ (ଫାଇଟିଂ)ରେ ୧ କାଂସ୍ୟ ଓ କାତାରେ ୧ ସ୍ୱର୍ଣ୍ଣ ୧ କାଂସ୍ୟ, ଗଙ୍ଗାଧର ମଲ୍ଲିକଙ୍କୁ କୁମିତେ (ଫାଇଟିଂ)ରେ ୧ ସ୍ୱର୍ଣ୍ଣ ଓ କାତାରେ ୧ ସ୍ୱର୍ଣ୍ଣ ୧ କାଂସ୍ୟ ପଦକ ମିଳିଛି। କଳାହାଣ୍ଡି ଉତ୍କଳ କରାଟେ କୋଚ୍ କ୍ଷମାନିଧି ମହାଖୁଡ଼ଙ୍କ ନେତୃତ୍ବରେ ଏହି ଖେଳାଳିମାନେ ଏହି ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗୀମାନଙ୍କୁ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ଅଧ୍ୟକ୍ଷା ଡ. ମାନବିନ କୌର, କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ୍ ଚିଫ୍ ଟେକନିକାଲ ନିର୍ଦ୍ଦେଶକ ସୁରେଶ ଜାଲ ୟାଦବ, ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଲାଞ୍ଜିଗଡ ବ୍ଳକ ତଥା କଳାହାଣ୍ଡି ଜିଲ୍ଲାବାସୀ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।





