ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୁଷ୍ମନ୍ତ ହରିଚନ୍ଦନଙ୍କୁ, ଲଗାତର ଚତୁର୍ଥ ଥର ପାଇଁ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ଦଳ ନିଯୁକ୍ତ କରିଛି। ପ୍ରକାଶ ଥାଉକି ଶ୍ରୀ ହରିଚନ୍ଦନ ଦଳର ଜଣେ ଟାଣୁଆ ନେତା ଭାବରେ ଜିଲ୍ଲାରେ ବେଶ ଜଣାଶୁଣା। ଶ୍ରୀ ହରିଚନ୍ଦନଙ୍କ ସାଙ୍ଗଠନିକ ଦକ୍ଷତା ଓ ବଳିଷ୍ଠ ନେତୃତ୍ୱ ପାଇଁ, ଦଳ ପୁଣି ଥରେ ତାଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଥିବାରୁ, ଦଳରେ ଆନନ୍ଦ ପ୍ରକାଶ ପାଇଛି। ଦଳର ବିଜ୍ଞପ୍ତି ପ୍ରକାଶ ପାଇବାପରେ ଶ୍ରୀ ହରିଚନ୍ଦନଙ୍କୁ ଜିଲ୍ଲାର ସାଂସଦ, ବିଧାୟକ, ନେତା ଓ କାର୍ଯ୍ୟକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି।





