‘ରୂପାଝରନ୍’ ପାଇଁ ଟାଙ୍ଗିରି ପାହାଡରେ ଅନୁଷ୍ଠିତ ହେଲା ପର୍ବତାରୋହଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ରଜତ ଜୟନ୍ତୀ ସମାରୋହ ରୂପାଝରନ୍-୨୦୨୬ ପାଇଁ ଏକ ପର୍ବତାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା କଳାହାଣ୍ଡିର ପ୍ରଥମ ଉଚ୍ଚ ବିଦ୍ଯାଳୟ ଭାବରେ ରଜତ ଜୟନ୍ତ ଅବସରେ ଦୁଃସାହସିକ ପର୍ବତାରୋହଣ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି ବିଦ୍ୟାଳୟର ପୁରାତନ ଛାତ୍ର ଆନ୍ତର୍ଜାତିକ ପର୍ବତାରୋହୀ ତଥା ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇଙ୍କ ନେତୃତ୍ୱରେ ସ୍ଥାନୀୟ ୧୦୦୦ ଫୁଟ ଉଚ୍ଚତା ବିଶିଷ୍ଟ ଟାଙ୍ଗିରି ପାହାଡକୁ ଛାତ୍ରଛାତ୍ରୀମାନେ ସଫଳତାର ସହିତ ଆରୋହଣ କରିଥିଲେ। ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ସମେତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଡିଲେଶ୍ୱର ରଣା, ସମାଜସେବୀ ଦେବେନ୍ଦ୍ର ସାହୁ, ସୁବ୍ରତ ସେନାପତି, ଯୋଗିନ୍ଦ୍ର ମାଝୀ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ ହୋଇଥିଲେ। ସେମାନେ ପର୍ବତାରୋହଣ ସହ ଟାଙ୍ଗିରି ପାହାଡର ସୁରକ୍ଷା, ପାହାଡରେ ବୃକ୍ଷରୋପଣ, ଦୁଃସାହସିକ ପର୍ବତାରୋହଣ ତଥା ସ୍ପୋର୍ଟ କ୍ଲାଇମିଙ୍ଗର ଉପରେ ସଚେତନତା, ପାହାଡରେ ପ୍ଲାଷ୍ଟିକ ସଫେଇକୁ ଗୁରୁତ୍ଵ ରଖି ସ୍ୱଚ୍ଛତା କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ଯେଉଁଠାରେ ଜାତୀୟସ୍ତରର ପର୍ବତାରୋହୀ ପ୍ରଶିକ୍ଷକ ତଥା ପୁରାତନ ଛାତ୍ର ରୋମାଞ୍ଚଳ ଭୋଇ ପାହାଡ ଚଢା ସମୟରେ ଗାଇଡର ଦାୟିତ୍ବ ତୁଲାଇଥିଲେ । ପ୍ରକାଶ ଥାଉ କି ଆସନ୍ତା ୨୦୨୬ ଜାନୁଆରୀ ୦୪ ଓ ୦୫ ତାରିଖ ଦୁଇଦିନ ଧରି ବିଦ୍ୟାଳୟରେ ମହା ସମାରୋହରେ ରୌପ୍ୟଜୟନ୍ତୀ ପାଳିତ ହେବ। ଏ ଅବସରରେ ସମସ୍ତଙ୍କୁ ନୂଆବର୍ଷ ଶୁଭେଚ୍ଛା ସହ ରଜତ ଜୟନ୍ତୀ ସମାରୋହରେ ସାମିଲ ହେବାକୁ ସମସ୍ତେ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.