ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ମାଣ୍ଡିବିଶୀ ପଞ୍ଚାୟତ ବାହାର ପଦାମାଝି ଗ୍ରାମରେ ପାଖା ପାଖି ଏକ ମାସ ହେବ ଜଳ କଷ୍ଟରେ ଦିନ କାଟୁଛନ୍ତି ୨୪୦ ପରିବାରର ପାଖା ପାଖି ୮୦୦ ଲୋକେ। ଏ ନେଇ ୱାର୍ଡ ମେମ୍ବର ରାମ ମାଝିଙ୍କୁ ପଚାରିବା ପରେ ମୁଁ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କଲେ ମଧ୍ୟ କୋୖଣସି ସୁଫଳ ମିଳିପାରୁନାହିଁ ବୋଲି କହିଛନ୍ତି। ଗ୍ରାମର ସିର୍ମେ ମାଝି, ଇରାଇ ମାଝି, ସାହୁ ମାଝି, ଜୁନାଇଁ ମାଝି, ଲକ୍ଷମନ ମାଝି, ଡ଼ାଲି ମାଝି, କାମିୟା ପେଦେଣ୍ଟି, କଂଜା ମାଝି, ସନାଧର ନାଏକ ପ୍ରମୁଖ ତୁରନ୍ତ ପାନୀୟଜଳ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।





