ବାଲେଶ୍ଵର ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ହେଲା ୨୬ତମ ବାର୍ଷିକ ଉତ୍ସବ ଓ ନୂଆବର୍ଷ ବନ୍ଧୁମିଳନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ପ୍ରେସ କ୍ଲବର ୨୬ତମ ବାର୍ଷିକ ଉତ୍ସବ ଓ ନବବର୍ଷ ବନ୍ଧୁ ମିଳନ ପ୍ରେସ୍‌କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପ୍ରେସ୍‌ କ୍ଲବର ସଭାପତି ବିପ୍ଳବ କୁମାର ମହାନ୍ତି ଏଥିରେ ଅଧ୍ଯକ୍ଷତା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ରଂଜନ ବାଗ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜନେତା, ପ୍ରଶାସନିକ ଅଧିକାରୀ, ବରିଷ୍ଠ ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ବାଲେଶ୍ଵରର ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା, ବସ୍ତା ବିଧାୟିକା ସୁବାସିନୀ ଜେନା, ପୂର୍ବାଞ୍ଚଳ ଡ଼ିଆଇଜି ପିନାକୀ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବିଶିଷ୍ଟ ଯୁବ ଶିଳ୍ପଦ୍ୟୋଗୀ ସଂଜୟ ଦାସ, ଇମାମୀ ପେପର ମିଲ୍ସର ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ପାଢୀ, ଟିପିଏନ୍‌ଓଡିଏଲ୍‌ର ବରିଷ୍ଠ ଅଧିକାରୀ ଚିତ୍ତରଂଜନ ପ୍ରଧାନ, ଓରିପ୍ଲାଷ୍ଟର ଧର୍ମେନ୍ଦ୍ର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେଶ ପ୍ରିୟଦର୍ଶୀ, ଏସ୍‌ଡିପିଓ ଶୁଭ୍ରାଂଶୁ ନାୟକ, ଟାଉନ ଥାନା ଆଇଆଇସି ବିଜୟ କୁମାର ଦାସ, ସହଦେବଖୁଣ୍ଟା ଥାନା ଆଇଆଇସି ବିରଞ୍ଚି ସାହୁ, ବିଶିଷ୍ଟ ସମାଜସେବୀ ଅଞ୍ଜଳି ପଣ୍ଡା, ବରିଷ୍ଠ ଲେଖକ କୃଷ୍ଣ କୁମାର ମହାନ୍ତି, ବିଶିଷ୍ଟ ବ୍ୟବସାୟୀ ଶିବୁ ପୋଦାର, ଧିରେନ ନାୟକଙ୍କ ସମେତ ବହୁ ବ୍ୟକ୍ତି ଯୋଗେ ଦେଇ ବାଲେଶ୍ଵର ପ୍ରେସକ୍ଲବର ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ। ଏହି ଅବସରରେ ମହିଳା ସାମ୍ବାଦିକା ସୁମନା ପରିଡ଼ା, ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି, କବିତା ପାତ୍ର, ଏବଂ ସ୍ଥାନୀୟ କାଉନସିଲର ସଂଜୀବ ଦାସ ପ୍ରମୁଖଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରେସ୍ କ୍ଲବର ଉପସଭାପତି ରତିକାନ୍ତ ପାତ୍ର, କୋଷାଧ୍ଯକ୍ଷ ସପନ ବିଶ୍ଵାଳ, ଅଧିପ ଜେନା, ସମ୍ପାଦକ ଗୋବିନ୍ଦ ରାଠୀ, ପ୍ରସନ୍ନଜିତ ଆଶ୍, କାର୍ଯ୍ୟକାରୀ ସଦସ୍ୟ ଶିବଶଙ୍କର ଭୋଇ, ଉପଦେଷ୍ଟା ହିମାଂଶୁ ଦାସ, ବଂଶୀଧର ଜେନା, କରୁଣାକର ସାହୁ, ମୃତ୍ୟୁଞ୍ଜୟ ପଟ୍ଟନାୟକ, ଲାଭା ପାଣ୍ଡେ, ମନୋଜ ବିଶ୍ଵାଳ,ହାଇଦର ଖାନ୍, ଆଶୁତୋଷ ମଲ୍ଲିକ, ରମଣୀରଂଜନ ଦାସ, ଚକ୍ରଧର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ପଣ୍ଡିତ ଡକ୍ଟର ସୁଶାନ୍ତ ପଣ୍ଡା ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ଉପରେ ପ୍ରବଚନ ପ୍ରଦାନ କରିଥିଲେ। ପ୍ରେସକ୍ଲବ ପରିବାରରର ସଦସ୍ୟ/ସଦସ୍ୟା ଏବଂ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.