ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଦୁଇଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଶୁଭାରମ୍ଭ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ ଆପାଲ ସ୍ୱାମୀ କାଡ୍ରାକା ଯୋଗଦେଇ ଗୋ-ପୂଜନ ସହିତ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ଚାଷୀଙ୍କୁ ୫,୦୦୦ ଟଙ୍କାର ଚେକ ସହ ସାର୍ଟିଫିକେଟ୍ ବିତରଣ କରିଥିଲେ । “ଆତ୍ମନିର୍ଭରତା ହିଁ ବିକଶିତ ଭାରତର ମୂଳ ମନ୍ତ୍ର” ର ସ୍ଲୋଗାନ୍ ପ୍ରଦାନରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଭିଡିଓ ମାଧ୍ୟମରେ ଚାଷୀଙ୍କୁ ଉତ୍ସାହିତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ, ସିଭିଡିଓ ଡ଼ଃ ମୃଣ୍ମୟ କୁମାର ପଣ୍ଡା, ଡେପୁଟି ଡାଇରେକ୍ଟର ମତ୍ସ୍ୟ ଜିତେନ୍ଦ୍ର ବେହେରା, ଜିଲ୍ଲା ମତ୍ସ୍ଯ ଅଧିକାରୀ ସୁଶାନ୍ତ ଗୌଡ଼, ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗୋମାଙ୍ଗ ଓ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା,ଜିଲ୍ଲା ପରିଷଦ ସଦସ୍ୟ ପ୍ରସନ୍ତ କୁଲେଶିକା, ପଦ୍ମାବତୀ ମଣ୍ଡାଙ୍ଗୀ, ସନ୍ଧ୍ୟାରାଣୀ ପୁଆଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକ ଆପଲ ସ୍ୱାମୀ କାଡ୍ରାକା ଚାଷୀଙ୍କ ସଂଘର୍ଷ ଓ ଗୁରୁତ୍ୱ ଉପରେ ଆଲୋକପାତ କରି “ଚାଷୀ ମାନେ ଖାଦ୍ୟ ଯୋଗାଇବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ” ବୋଲି କହିଥିଲେ ଓ ‘ଜୟ ଯବାନ୍, ଜୟ କିଷାନ୍’ ନାରା ଦେଇ ଗୃହ ପାଳିତ ପଶୁ ମାନଙ୍କ ପ୍ରତି ଗୁରୁତ୍ୱ ଦେଇଥିଲେ । ପୂର୍ବରୁ “ଯୌତୁକ ରେ ଗାଇ, ଛେଲି ଦୋଉଥିଲୁ” କହି ଦେଶୀ ଗାଇକୁ ‘ଗୋମାତା’ ବୋଲି ଉଲ୍ଲେଖ କରି ପ୍ରଶାସନିକ ପ୍ରାୟୋଗିକ ଯୋଜନା ପରିଚାଳନାରେ ଆହ୍ୱାନ ଜଣାଇଥିଲେ । ବୈଜ୍ଞାନିକ ଡ଼ଃ ଦେବେନ୍ଦ୍ରନାଥ ବିଶ୍ୱାଳ ଗୋ-ପାଳନରୁ ଲାଭ ଉପରେ ନିଜର ବକ୍ତବ୍ୟ ଦେଇଥିଲେ । ସିଭିଡିଓ, ଡେପୁଟି ଡାଇରେକ୍ଟର ମତ୍ସ୍ୟ ଓ ଡିଏଫ୍ଓ ବିଭିନ୍ନ ଯୋଜନା ଓ ବୀମା ସୁବିଧା ବିଷୟରେ ଆଲୋଚନା କରିଥିଲେ । ରାମନାଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗୋମାଙ୍ଗ ଓ ରାୟଗଡ଼ା ଅଧ୍ୟକ୍ଷ ଟୁନି ହୁଇକା ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ପ୍ରସାନ୍ତ କୁଲେଶିକା, ପଦ୍ମାବତୀ ମଣ୍ଡାଙ୍ଗି ବିଭିନ୍ନ ଯୋଜନାରେ ଆବେଦନ କରିବାକୁ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଏଡିଏମ୍ (ଜେନେରାଲ୍) ନବୀନ ଚନ୍ଦ୍ର ନାୟକ ପ୍ରଶାସନିକ ସହଯୋଗ ଉପରେ ଗୁରୁତ୍ୱ ଦେଇଥିଲେ । ଉତ୍କୃଷ୍ଟ ଚାଷକାର୍ଯ୍ୟ ପାଇଁ ବିଶ୍ୱନାଥ ମିନିଆକା, ନିର୍ମଳା ମୁଟିକା, ପି.ଆପଳା ନାୟିଡୁ, ବିଜୟ ମିନିଆକାଙ୍କୁ ୫,୦୦୦ ଟଙ୍କାର ଚେକ ସହ ସାର୍ଟିଫିକେଟ୍ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା ଏବଂ ସାଂସ୍କୃତିକ୍ କାର୍ଯ୍ୟରେ ପ୍ରକାଶ ଚନ୍ଦ୍ର ମୁଦୁଲିଙ୍କୁ ପୁରସ୍କୃତ କରାଯାଇଥିଲା ।





