ସୁବର୍ଣ୍ଣପୁରରେ ଅଷ୍ଟାଦଶ ମହୁରି ମହୋତ୍ସବ ଅନୁଷ୍ଠିତ

ଡ. ପ୍ରୀତିଧାରା ସାମଲ ଓ ଡ. ନୃପରାଜ ସାହୁଙ୍କୁ ମହୁରି ସମ୍ମାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁରସ୍ଥିତ ସଂସ୍କୃତି ଭବନଠାରେ କଳାହାଣ୍ଡି କବିତା ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ ‘ମହୁରି’ ସାହିତ୍ୟ ପତ୍ରିକାର  ଅଷ୍ଟାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହୁରିର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଲେଖକ ପ୍ରଫେସର ନାରାୟଣ ପଣ୍ଡା ଯୋଗ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ଗାଳ୍ପିକ ତଥା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, କବୟତ୍ରୀ ଡ. ପ୍ରୀତିଧାରା ସାମଲ ମଞ୍ଚାସୀନ ଥିଲେ। ମହୁରିର ସମ୍ପାଦକ ତଥା ଗାଳ୍ପିକ ସୁକାନ୍ତ ସାହୁ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ସୁଶୀଲ କୁମାର ସଭା ପରିଚାଳନା କରିଥିଲେ। ଏହି ଅବସରରେ ଡ. ପ୍ରୀତିଧାରା ସାମଲଙ୍କୁ ମହୁରି ସମ୍ମାନ-୨୦୨୪ ଓ ଡ. ନୃପରାଜ ସାହୁଙ୍କୁ ମହୁରି ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା। ଦ୍ଵିତୀୟ ଅଧିବେଶନରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ କବିତା ପାଠୋତ୍ସବ। ମହାନଦୀ ସାହିତ୍ୟ ସଂସଦର ସଭାପତି ଡ. ସୌରଭ ରଞ୍ଜନ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଜ୍ୟୋତିରଞ୍ଜନ ବହିଦାର, ଉଲୁଣ୍ଡାସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବାଶିଷ ପାଣ୍ଡିଆ, ଶିକ୍ଷାବିତ ଓ ଗବେଷକ ଡ. ଅନିରୁଦ୍ଧ କୁରକୁରିଆ, ଅଧ୍ୟାପିକା ଡ. ଇତିଶ୍ରୀ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ। କବି ଲକ୍ଷ୍ମୀ ନାରାୟଣ ସାହୁ, ରଞ୍ଜିତା ପଣ୍ଡା କବିତା ପାଠ ଉତ୍ସବର ସଂଯୋଜନା କରିଥିଲେ। ଏହି ଅବସରରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ୩୦ରୁ ଉର୍ଦ୍ଧ୍ଵ କବି ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଆଞ୍ଜେଲିନା ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡ. ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ଡ. ସୌମ୍ୟାରୂପା ରଥ,ଜିଲ୍ଲା ପଞ୍ଚାୟତ ତଥା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ସହକାରୀ ଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ସହିତ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ। ଏଥିରେ ବହୁସଂଖ୍ୟକ କବି ଓ ଲେଖକ ତଥା ସାହିତ୍ୟପ୍ରେମୀ ଜନସାଧାରଣ ସାମିଲ ହୋଇଥିଲେ। ସେହିପରି ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.