ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଜୟନ୍ତୀ ନଗର ପଡ଼ାର ଦୟାବନ୍ତ କ୍ଳବ୍ ତରଫରୁ ପୂଷପୁନି ଭେଟ ଘାଟ ମହାସମାରୋହରେ ପାଳିତ ହୋଇ ଯାଇଛି । ସଭାପତି ଜିତେନ୍ଦ୍ର ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନା), ମୁଖ୍ୟ ବକ୍ତା ସାହିତ୍ୟିକ ପଦ୍ମ ଲୋଚନ ମିଶ୍ର ଯୋଗ ଦେଇଥିଲେ, ପୁଷ ପୁନି ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । କଣ୍ଠଶିଳ୍ପୀ ତ୍ରିଲୋଚନ ସୁନା ମଞ୍ଚ ପରିଚାଳନା କରିଥିବା ବେଳେ ଅତିଥି ମାନେ ଆଜି ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ । ସଭା ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ କ୍ଳବ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।





