ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ଗ୍ରାମରେ ମହାଶିବରାତ୍ର ମେଳା ଉଦଯାପିତ ହୋଇଯାଇଛି | ଏଥିରେ ହୃଦାନନ୍ଦ ରାଜପଲିଆ, ମମତା ରାଜପଲିଆ କର୍ତ୍ତା ତଥା କୌଶଳ ପୁରୋହିତ, ଗିରିଶ ପୁରୋହିତ, ଅକ୍ଷୟ ସୁଆର, ଗୌରଚନ୍ଦ୍ର ସୁଆର ପୂଜକ ଦାୟିତ୍ୱ ତୁଲାଇଥିଲେ | ସତ୍ୟବାନ ଠାକୁର, ବଳରାମ ଥନାପତି, ଇନ୍ଦ୍ରଜିତ ଥନାପତି ପୂଜାକାର୍ଯ୍ୟରେ ସହାୟତା କରିଥିଲେ | ଏହି ଅବସରରେ ଚବିଶି ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା |ଅନ୍ତିମ ଦିବସରେ ଅନୁଷ୍ଠିତ କୀର୍ତ୍ତନ ଧାରାରେ ପଧାନପାଲି କୁମ୍ଭାରକଟା (ଝାରସୁଗୁଡା), ନାଗପାଲି (ବରଗଡ) ସଂକୀର୍ତ୍ତନ୍ୟ ଦଳ ସାମିଲ ହୋଇଥିଲେ | ମୀନା ବଜାର ସହ ପ୍ରତି ରାତିରେ ଦଣ୍ଡ ନୃତ୍ୟ, କଂସ ଦରବାର ଆୟୋଜିତ ହୋଇଥିଲା | ରାଜ୍ୟ ସରକାରଙ୍କ କଳା ଓ ସଂସ୍କୃତି ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଢୋଲ ମୁହୁରି କଳା ପରିଷଦ (ବଲାଙ୍ଗୀର), ବାଉଲି କଳା ପରିଷଦ (ବରପଦର, କଣ୍ଟାମାଲ), ସଙ୍ଗୀତ ସାଧନ (ଲୋଇସିଂହା), କଳାଜୀବି (ବରଗଡ) ସାଂସ୍କୃତିକ ଦଳ ନୃତ୍ୟ, ଗୀତ ପରିବେଷଣ କରିଥିବା ନେଇ ମେଳା ପରିଚାଳନା ସମିତି ତରଫରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଠାରେ କୃତଜ୍ଞତା ଜ୍ଞାପନ କରାଯାଇଛି | ଶାନ୍ତି ଶୃଙ୍ଖଳାର ସହ ମେଳା ସମାପନ ନେଇ ପୋଲିସ, ସ୍ୱାସ୍ଥ୍ୟ, ଶକ୍ତି, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ରାଜସ୍ବ ବିଭାଗ, ବ୍ଲକ ପ୍ରଶାସନ ତଥା ମିଡ଼ିଆ ବନ୍ଧୁଙ୍କ ନିକଟରେ ଆମେ କୃତଜ୍ଞ ବୋଲି ଆୟୋଜକ ସମିତି ସଭାପତି ଅକ୍ଷୟ ରଣା, କାର୍ଯ୍ୟକାରୀ ସଭାପତି ଦିଲୀପ ରାଜପଲିଆ କହିଛନ୍ତି | ସରପଞ୍ଚ ନରେନ୍ଦ୍ର କଲେତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ମେଳାରେ ଅଦୀପ ପାତ୍ର, ଜୟଗୋପାଳ ଚନ୍ଦନ, ରମେଶ ରାଜପଲିଆ, ଭକ୍ତବନ୍ଧୁ ପଶାୟତ, ଅରୁଣ ରାଜପଲିଆ, ବଡ଼ ରାଜପଲିଆ, ଆଇନଜୀବୀ ଗୌରଚନ୍ଦ୍ର ରାଜପଲିଆ, ବିଶ୍ୱନାଥ ସୁଆର, ଶିକ୍ଷାବିତ ଅରବିନ୍ଦ ସୁପକାର, କିଶୋର ବେହେରା, ଅନ୍ତର୍ଯ୍ୟାମୀ ରାଜପଲିଆ, ସାମ୍ବାଦିକ ରମାକାନ୍ତ ରାଜପଲିଆ, ଭଗବାନ ରାଜପଲିଆ ପ୍ରମୁଖଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ |





