ଛାତ୍ରଙ୍କ ଭବିଷ୍ୟତ ଓ ସୁରକ୍ଷା ପାଇଁ ଉତ୍ତରଦାୟୀ କିଏ ?? : ମେଟ୍ରିକ୍ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): ମେଟ୍ରିକ୍ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ପରୀକ୍ଷା କେନ୍ଦ୍ରକୁ ଗଲେ ଛାତ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ବ୍ଲକ ଅଞ୍ଚଳରୁ । ଯାହାର ଚିତ୍ର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସୂଚନା ପ୍ରକାରେ ମେଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ କ.ନୂଆଗାଁ ସ୍ଥିତ ପି.ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ । ବିଦ୍ୟାଳୟରୁ ପରୀକ୍ଷା କେନ୍ଦ୍ର ମାତ୍ର ତିନି କିଲୋମିଟର ଦୂରତା ହୋଇଥିବା ବେଳେ ଅତି ବିପଦପୂର୍ଣ୍ଣ ଭାବରେ ଟ୍ରାକ୍ଟର ଡ଼ାଲାରେ ବସି ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଦୃଶ୍ୟକୁ ନେ଼ଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅତି ବେପାରୁଆ ମନୋଭାବ ପୋଷଣ କରି ବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଟ୍ରାକ୍ଟରରେ ଯିବାକୁ ପରୀକ୍ଷା କେନ୍ଦ୍ରକୁ ଛାଡ଼ିଲେ ସାଙ୍ଗରେ କେହି ଗାଇଡ୍ ଶିକ୍ଷକ କିମ୍ବା ବିଦ୍ୟାଳୟର କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା । ଜିଲ୍ଲା ପ୍ରଶାସନ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି । ଏ ନେଇ କ.ନୂଆଗାଁ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ କହିଛନ୍ତି ଯେ, ଟ୍ରାକ୍ଟର ଡାଲା ରେ ବସି ଯାଉଥୁବା ଛାତ୍ର ଆମ ବିଦ୍ୟାଳୟ ର ଛାତ୍ର କି ଆଉ କେଉଁ ବିଦ୍ୟାଳୟ ର ସେ ନେଇ ସ୍ପଷ୍ଟ ହୋଇନାହିଁ I ଯଦିଓ ଛାତ୍ର ମାନେ ଯେଉଁ ବି ବିଦ୍ୟାଳୟର ମଧ୍ୟ ହୁଅନ୍ତୁ ଏପରି ଟ୍ରାକ୍ଟର ଡାଲା ରେ ବସି ପରୀକ୍ଷା କେନ୍ଦ୍ର କୁ ଯିବା ଘଟଣା ଅନୁଚିତ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି I ତେବେ ଯେଉଁ ଟ୍ରାକ୍ଟର ଡାଲାରେ ବସି ଛାତ୍ରମାନେ ଯାଇଥିଲେ ସେହି ଟ୍ରାକ୍ଟର ର ସନ୍ଧାନ ଚାଲିଛି | ସେହି ଟ୍ରାକ୍ଟର ଡ୍ରାଇଭର କିପରି କେଉଁ ପରିସ୍ଥିତି ରେ ଛାତ୍ର ଙ୍କୁ ବସାଇ ନେଇଥିଲେ ସେହି ଡ୍ରାଇଭର ଙ୍କ ବିରୋଧ ରେ ଏତଲା ଦିଆଯିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି I ପରୀକ୍ଷା କେନ୍ଦ୍ର କୁ ଛାତ୍ର ଛାତ୍ରୀ ଙ୍କୁ ନେବା ପାଇଁ ବିଭାଗ ପକ୍ଷରୁ ସେପରି କିଛି ବ୍ୟବସ୍ଥା ନଥ‌ିବା ବେଳେ ଅଭିଭାବକ ନିଜ ଦାୟିତ୍ଵ ରେ ପିଲାଙ୍କୁ ପରୀକ୍ଷା କେନ୍ଦ୍ର କୁ ନେବା ଉଚିତ ବୋଲି କହିଛନ୍ତି I ତେବେ ପ୍ରଶ୍ନ ଉଠୁଛି ବିପଦ ସଂକୁଳ ଅବସ୍ଥାରେ ପରୀକ୍ଷା କେନ୍ଦ୍ର କୁ ଟ୍ରାକ୍ଟର ଡାଲା ରେ ବସି ଯାଇଥିବା ଛାତ୍ର ଙ୍କ ଭବିଷ୍ୟତ ଓ ସୁରକ୍ଷା ପାଇଁ ଉତ୍ତରଦାୟୀ କିଏ ?? । ପିଲାଙ୍କ ଭବିଷ୍ୟତ ସହ ଖେଳୁଥ‌ିବା ସରକାର ନିଜ ଦୋଷ ଲୁଚାଇବାକୁ ଯାଇ ଅନ୍ୟ ମୁଣ୍ଡରେ ହାତ ଥୋଇ ନିଜ ଦୋଷ କୁ ଲୁଚେଇବା କେତେ ଦୁର ଠିକ୍ ତାହା ସମୟ ହିଁ କହିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.