ନଦୀକୁ ଗାଧୋଇବାକୁ ଯାଇ ଯୁବତୀଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ଥାନା ବ୍ରାହ୍ମଣପାଦ ଗ୍ରାମର ଅବିବାହିତ ଯୁବତୀ ଅନ୍ନପୂର୍ଣ୍ଣା ବେହେରା (୩୩) ନିକଟସ୍ଥ କଲରାନଦୀକୁ ଗାଧୋଇବାକୁ ଯାଇ କୌଣସି କାରଣ ବଶତଃ ନଦୀରେ ପଡିଯାଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଶବକୁ ଉଦ୍ଧାର କରିଥିବା ବେଳେ ଚକାପାଦ ପୋଲିସ ପହଞ୍ଚି ଶବକୁ ଜବତ କରି ଚକାପାଦ ଥାନାରେ କେଶ ନଂ.୨/୨୬ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ଏଏସଆଇ ଅଜିତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି । ଘଟଣା ରୁ ପ୍ରକାଶ ଯେ, ଯୁବତୀ ଜଣକ ମଜୁରୀ କାମ କରିବାକୁ ଯାଇ ଅପରାହ୍ନରେ ନଦୀକୁ ଗାଧୋଇବାକୁ ଯାଇ ପାଣି ଭିତରେ ପଡିଯାଇ ମୃତ୍ୟୁ ବରଣ କରିଥିଲେ । ପରେ ଏହା ଗ୍ରାମବାସୀ ମାନେ ଦେଖି ତାଙ୍କ ବୃଦ୍ଧା ମାଆ ରତନୀ ବେହେରାକୁ ଜଣାଇଥିଲେ । ଏହାପରେ ବୃଦ୍ଧା ଜଣକ ନଦୀକୁ ଆସି ନିଜ ଝିଅର ଶବକୁ ଚିହ୍ନଟ କରିଥିଲେ ।ସୂଚନା ଯୋଗ୍ୟ ଯେ, ଏହାପୂର୍ବରୁ ଗତ ବର୍ଷ ମୃତ ଯୁବତୀଙ୍କ ବାପା ମୃତ୍ୟୁ ବରଣ କରିଥିବା ବେଳେ ଏବେ ବୃଦ୍ଧା ଏକାକୀ ହୋଇଯାଇଥିବା ଜଣାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.