ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦଯାପିତ 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ: ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍ ଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କର ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଛାତ୍ରୀମାନଙ୍କ ଉଦ୍ବେଶ୍ୟରେ ୭ ଦିନ ଧରି ଚାଲିଥିବା ଏହି ଶିବିରରେ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ ଟ୍ରେନର ଜଳି ପରା ଭୋଇ, ଶିବାନୀ ଭାଟି ଏବଂ ଇଂରାଜୀ ବିଭାଗ ଅଧ୍ୟାପିକା କୁମାରୀ କୁମୁଦିନୀ ନାଏକ। ମହାବିଦ୍ୟାଳୟର ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜରୀ ପଣ୍ଡାଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ହାୟର ସେକେଣ୍ଡରୀ ସୁଲର ଅଧ୍ୟକ୍ଷା ସବିତା ପାଇକ ରାୟ। ବକ୍ତା ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଜୟନ୍ତୀ କୁମାରୀ ମୁଦୁଲି ମଞ୍ଚାସିନ ଥିଲେ। ଯେତେବେଳେ ଜଣେ ନାରୀ ସମାଜରେ ପ୍ରତିନିଧିତ୍ଵ କରେ ସେତେବେଳେ ଏକ ସୁସ୍ଥ ସମାଜ ଗଢି ହୁଏ ବୋଲି ବିଶ୍ବାସ କରାଯାଏ ବୋଲି ଅତିଥିମାନେ ମତବ୍ୟକ୍ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗ ମୁଖ୍ୟ ସରୋଜ କୁମାର ମେହେର, ଗୃହ ବିଜ୍ଞାନର ଅଧ୍ୟାପିକା ଅର୍ଚ୍ଚନା ଗୁଛି, ଇତିହାସ ବିଭାଗର ମୁଖ୍ୟ ପଦ୍ମାଳୟା ଦଣ୍ଡସେନା ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଅଧ୍ୟାପିକା ସନ୍ଧ୍ୟା ବାରିକ, ଝରଣା ପାଧନୀ, ରୋଜାଲିନ ଚିହ୍ନାରାଙ୍କ ସହିତ ଏଥିରେ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିଲେ ଅଧ୍ୟାପିକା କୁମୁଦିନୀ ନାଏକ ଏବଂ ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ଲୁସି ଗଉଡ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.