ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଶାର ଅଣ-ସାମ୍ବିଧାନିକ ଭାଷା ଓ ଓଡ଼ିଆ ଅସ୍ମିତାକୁ ନେଇ ଏକ ଦିବସୀୟ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଓଡ଼ିଆ ଭାଷା ପ୍ରତିଷ୍ଠାନ ଓଡ଼ିଶା ସରକାରଙ୍କ ଆର୍ଥିକ ସହାୟତାରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ, ଭବାନୀପାଟଣା ଆନୁକୂଲ୍ୟରେ ଓଡ଼ିଶାର ଅଣ-ସାମ୍ବିଧାନିକ ଭାଷା ଓ ଓଡ଼ିଆ ଅସ୍ମିତାକୁ ନେଇ ଏକ ଦିବସୀୟ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ ଅନୁଷ୍ଠିତ ହୋଇଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ଏହି ରାଜ୍ୟସ୍ତରୀୟ ସମ୍ପାନକୁ ଉଦ୍‌ଘାଟନ କରି ଉପସ୍ଥିତ ସମସ୍ତ ପ୍ରତିଭାଗୀଙ୍କୁ ଭାଷାର ଆବଶ୍ୟକତା ଓ ମାଧୁର୍ଯ୍ୟ ଉପରେ ମତବ୍ୟକ୍ତ କରିଥିଲେ। ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭବାନୀପାଟଣା ଡକ୍ଟର ଅଜୟ କୁମାର ମିଶ୍ର, ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ତଥା କୁଇ ଭାଷା ବିଶେଷଜ୍ଞ ଡକ୍ଟର କ୍ଷେତ୍ରବାସୀ ମାନସେଠ୍‌, ଗବେଷକ ଡକ୍ଟର ରାଜେନ୍ଦ୍ର କୁମାର ପାଢ଼ୀ, ସମେତ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓଡ଼ିଶା ସରକାରଙ୍କ ପ୍ରତିନିଧି ଅଜୟ ମଲ୍ଲିକ ଯୋଗଦେଇଥିଲେ। ଏଥିରେ ସମୁଦାୟ ୮ ଗୋଟି ପ୍ରସଙ୍ଗ ଆଲୋଚନା ହୋଇଥିବା ବେଳେ ତନ୍ମଧ୍ୟରୁ ଡକ୍ଟର କ୍ଷେତ୍ରବାସୀ ମାନସେଠ୍‌- କୁଇ ଭାଷା, ସାଇମନ୍ ବିଡିକା- ଭତରୀ ଭାଷା, ଡକ୍ଟର ରାଜେନ୍ଦ୍ର କୁମାର ପାଢ଼ୀ- ଦେଶିଆ ଭାଷା, ବ୍ରଜମୋହନ ମେହେର- କୋଷଲୀ ଭାଷା, ଡୋଳାମଣି ଧରୁଆ- ଗୋଣ୍ଡୀ ଭାଷା, ସବ୍ୟସାଚୀ ବିଶୋୟୀ- ଭତରୀ ଭାଷା, ଅଜିତ କୁମାର ଭୋଇ- କନ୍ଧାନ ଭାଷା ଓ ଓଡ଼ିଆ ଅସ୍ମିତା ଉପରେ ନିଜସ୍ୱ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ ଓଡ଼ିଆ ଅସ୍ମିତା ଉପରେ ଏକ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଅନ୍ୟାନ୍ୟ ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ଅତିଥି ପରିଚୟ ପ୍ରଦାନ ସହ ସମ୍ପାନର ଉଦ୍ଦେଶ୍ୟ ଆଲୋଚନା କରିଥିବା ବେଳେ ଅଧ୍ୟାପକ ପୁରିତ ରଣା ମଞ୍ଚ ପରିଚାଳନା କରିଥିଲେ। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଋତୁରାଜ ମାଝୀ, ରୂପଧର ଭୋଇ, ଗାଳ୍ପିକ ବିଜୟ ପ୍ରଧାନ, ଡିଲେଶ୍ୱର ରଣା, ଚନ୍ଦ୍ର ଦାଶ ପ୍ରମୁଖ ଅନେକ ଆଲୋଚକ ଅଂଶଗ୍ରହଣ କରିଥିଲେ। ଏହି ସମ୍ପାନ କାର୍ଯ୍ୟକ୍ରମ ଭିତ୍ତିରେ ବକ୍ତୃତା, ପ୍ରବନ୍ଧ ଓ ଶୁଦ୍ଧ ଓଡ଼ିଆ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ, ସୁଶାନ୍ତ କୁମାର ଦାଶ, ଫାଲଗୁନୀ ପ୍ରଧାନୀ, ଅଧ୍ୟାପିକା ମିକୁମିକ୍ସ ନିଆଲ, ମନ୍ଦାକିନୀ ପ୍ରଧାନ, ଅନୁକୁଲ ସାହାଣି ଏହାର ସଫଳତା ପାଇଁ କାର୍ଯ୍ୟ କରିଥିଲେ। ଏଥିରେ ସମୁଦାୟ ୨୩୦ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.