ପୁରୁଷୋତ୍ତମପୁରରେ ବ୍ଲକସ୍ତରିୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁରରେ ଆଜି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ବ୍ଲକ ଅଧକ୍ଷା ପିଙ୍କି ବେହେରା ଓ ବିଡ଼ିଓ ଶରତ କୁମାର ପାତ୍ର ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି | ଏହି ଅଭିଯୋଗ ଶୁଣାଣୀ ରେ ଜିଲ୍ଲାପାଳଙ୍କ ଆସିବାର ବ୍ୟବସ୍ତା ଥିଲେ ମଧ୍ୟ ଅନିର୍ବାଯ୍ୟ କାରଣ ଯୋଗୁ ରାଜସ୍ବ ବିଭାଗ ର ଅତିରିକ୍ତ ଜିଲ୍ଲା ପାଳ ପ୍ରମୋଦ କୁମାର ପୃଷ୍ଟି ଗ୍ରାମାଞ୍ଚଳ ପିଡି ଦାଇତ୍ୱ ରେ ଥିବା ବିଜୟ କୁମାର ବେହେରା,ଛତ୍ରପୁର ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ଦାଶ, ଓ ସବୁ ଲାଇନ ବିଭାଗର ଯେଇ, ଏସଡ଼ିଓ, ଏବଂ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ | ଏହି ଅଭିଯୋଗ ଶୁଣାଣି ଶିବିର ରେ ସର୍ବ ମୋଟ 163 ଗୋଟି ବିଭିନ୍ନ ବିଭାଗ ର ଅଭିଯୋଗ ଶୁଣାଣୀ କରି ଏଡିଏମ ବିଭାଗୀୟ ଅଧିକାରୀ ମାନଙ୍କୁ ତାର ସମାଧାନ ପାଇଁ ନିର୍ଦେଶ ଦେଇଥିଲେ | ଦୁଇଜଣ ପୀଡିତ ବ୍ୟକ୍ତିଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ 15 ହଜାର ଟଙ୍କା ଲେଖାଏଁ ଦିଆ ଯାଇଥିବା ର ଏଡିମ କହିଛନ୍ତି,ଏବଂ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆଧାର ହୋଇପାରୁନଥିବାରୁ ସେ ବହୁ ଅସୁବିଧା ର ସମ୍ମୁଖୀନ ହେଉ ଥିବାରୁ ଭିନ୍ନକ୍ଷମ ଙ୍କ ବାସ ଭବନ କୁଜଣେ ଜିଲ୍ଳାର ଅଧିକାରୀ ଙ୍କୁ ପଠାଇ ଆଧାର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି | ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ବିଡ଼ିଓ ଜୟଶ୍ରୀ ନାୟକ, ,ନିର୍ବାହୀ ଯନ୍ତ୍ରୀ ନାଗ ଭୂଷଣ ଯାଦବ ,ବ୍ଲକର ସବୁ ଷ୍ଟାଫ, ଜିପିଓ ରାଜେନ୍ଦ୍ର ପ୍ରସାଦ ଗୁରୁ , ସିପି ବରୁଣ ପାତ୍ର ଏକ୍ସ ଇନଚାର୍ଜ ଜିପିଓ ମୀନକେତନ ବେହେରା ବିଏସ ଏସ ଓ କାହ୍ନୁ ଚରଣ ସୋରେନ, ହେଡ଼କ୍ଲର୍କ, ଏପିଓ ଓ ବ୍ଳକର ସବୁ ଯେଇ, ଅନ୍ୟନ୍ୟ ଷ୍ଟାଫ ଏବଂ କର୍ମଚାରୀମାନେଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.