ଛେଳି ଚୋରୀ ମାମଲାରେ ୨ ଯୁବକ ଥାନାରେ ଅଟକ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ବଡ଼ଦ୍ୱାର ସାହି ନିକଟରୁ ଦୁଇ ଜଣ ଛେଳି ଚୋରଙ୍କୁ ଗ୍ରାମବାସୀ ଅଟକ ରଖି ଥାନାରେ ଜିମା ଦେଇଛନ୍ତି | ଦୁର୍ବୁତ୍ତ ମାନେ ହେଲେ ଚାନ୍ଦିଲି ଥାନା ଅଞ୍ଚଳ ମୁନିସିଂ ଗ୍ରାମର ରାହୁଲ ପୁଆଲା (୨୩) ଓ ଶିବମ ନିମାଲପୁରୀ (୨୩) । ସେମାନେ ଏକ ଘୋରଇ ସଂସ୍ଥା ଟିଭିଏସ୍ ଫାଇନାନ୍ସ ଆଦାୟକାରୀ ସଂସ୍ଥାରେ କାର୍ଯ୍ୟରତ ଏଜେଣ୍ଟ ଙ୍କ ସହଯୋଗୀ ବୋଲି ଜଣାପଡ଼ିଛି | ଦୁର୍ବୁତ୍ତ ମାନଙ୍କ ଠାରୁ ଏକ କଳା ରଙ୍ଗର ନମ୍ବର ବିହିନ ପଲସର ମୋଟର ସାଇକଲ, ଧଳା ଛିଟା ଥିବା କଳା ରଙ୍ଗର ମାଇଁ ଛେଳି ଓ ତିନିଗୋଟି ମୋବାଇଲ ଜବତ କରି ଅଧିକ ତଦନ୍ତ କରୁଥିବା ଏଏସଆଇ ଦିଲୀପ କୁମାର ମାଝୀ ସୂଚନା ପ୍ରଦାନ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.