ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥାର ସଂପର୍କ ଶିବିର : ୧୫୪ଜଣ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ

ରାୟଗଡ,୩୧/୧: ରାଜ୍ୟରେ ଥିବା ଆଦିବାସୀ ଅଧ୍ୟୁଷିତ ଜିଲ୍ଳାଗୁଡିକରେ ବସବାସ କରୁଥିବା ଅନୁସୂଚୀତ ଜାତି ଓ ଜନଜାତି ବର୍ଗ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଜୀବନଯାପନ ପ୍ରଣାଳୀକୁ ଆହୁରି ଉନ୍ନତମାନର କରିବା ଓ ମାର୍ଗ ଦର୍ଶନ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ସମନ୍ୱୀତ ଜନଜାତି ଉନ୍ନୟନ ସଂସ୍ଥା (ଆଇଟିଡିଏ) ସହଯୋଗରେ ଏକ ନୂତନ ଅଭିନବ ଯୋଜନା ‘ସଂପର୍କ ଶିବିର’କାର୍ଯ୍ୟକ୍ରମ କରାଯାଇଛି ।

Omkar Vasthu
Omkar Vasthu
(କ୍ଲିକ୍ କରି ଦେଖନ୍ତୁ ଭିଡିଓ)

ଏଥିରେ ଜନଜାତି ବର୍ଗ ଲୋକଙ୍କୁ ସରକାରଙ୍କ ବିିଭିନ୍ନ ଉନ୍ନୟନ ଓ କଲ୍ୟାଣମୂଳକ ଯୋଜନାର ସଫଳତା ଉପରେ ସଚେତନତା ସୃଷ୍ଟି କରିବା ସହ ପ୍ରଶାସନ ଲୋକଙ୍କ ନିକଟତର ହେବା ପାଇଁ ଏହି ଶିବିରର ଆଭିମୁଖ୍ୟ ରହିଛି । ଏହି କ୍ରମରେ ରାୟଗଡ ଉପଖଣ୍ଡ ସମନ୍ୱୀତ ଜନଜାତି ଉନ୍ନୟନ ସଂସ୍ଥା ତରଫରୁ ରାୟଗଡ ପଂଚାୟତ ସମିତି ଆନୁକୁଲ୍ୟରେ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ସଂପର୍କ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଉପଖଣ୍ଡ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିିଥି ଭାବେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା,ସମ୍ମାନୀତ ଅତିଥି ଭାବେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ,ବ୍ଳକ ଅଧ୍ୟକ୍ଷ ପେଦେଂଟି ରାମୁଲୁ,ବିଡିଓ ରାଜେନ୍ଦ୍ର ମାଝି,ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକ,ତହସିଲଦାର ଉମାକାନ୍ତ ବେହେରା ପ୍ରମୁଖ ମଂଚାସୀନ ହୋଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

ଏହି ସଂପର୍କ ଶିବିରରେ ଆଇଟିଡିଏ, କୃଷି, ମୃତିକା ସଂରକ୍ଷଣ, ସ୍ୱାସ୍ଥ୍ୟ, ଜିଲ୍ଳା ସମାଜ ମଙ୍ଗଳ, ପ୍ରାଣୀ ସଂପଦ, ଆଦିବାସୀ ଉନ୍ନୟନ ସମନ୍ୱୟ ନିଗମ, ଜୀବନଜୀବିକା, ମିଶନଶକ୍ତି ଭଳି ୧୨ଟି ବିଭାଗ ପକ୍ଷରୁ ସଚେତନତା ଷ୍ଟଲଗୁଡିକ ଖୋଲାଯାଇଥିଲା । ଏହି ଷ୍ଟଲଗୁଡିକକୁ ଜିଲ୍ଳାପାଳ ଶ୍ରୀ ବେହେରା ରିବନ କାଟି ଶୁଭାରମ୍ଭ କରିଥିଲେ । ସେହିପରି ରାୟଗଡ ତହସିଲ ଅଧୀନରେ ଥିବା ୧୫୪ଜଣ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଥିଲା । ରାଜ୍ୟରେ ଦୁର୍ନୀତିମୁକ୍ତ ପ୍ରଶାସନ,ଉତରଦାୟୀ ସରକାରର ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀ ଲାଗୁ କରିଥିବା ମୋ ସରକାର ଓ ଶାସନ ବ୍ୟବସ୍ଥାରେ ପରିବର୍ତନ ଆଣିବା ପାଇଁ ୫ଟି ନୀତିର ଅନୁପାଳନକୁ ଗୁରୁତ୍ୱ ଦେଇ ଜନସାଧାରଣଙ୍କୁ ଉତମ ସେବା ଯୋଗାଇବା ଶିବିରର ମୁଖ୍ୟ ଆଭିମୁଖ୍ୟ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଥିଲେ । ସେହିପରି ଜନ,ଜଙ୍ଗଲ,ଜଳ,ଜମି,ଯନ୍ତ୍ରପାତି ପାଂଚଟି ଜ’ର ବିକାଶ ହେଲେ ସାମଗ୍ରିକ ବିକାଶ ସୁନିଶ୍ଚିତ ହୋଇପାରିବ ବୋଲି ପିଡି ଡିଆରଡିଏ ଅମ୍ରିତ ଋତୁରାଜ କହିଥିଲେ । ଜିଲ୍ଳା ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଳାରେ ବର୍ତମାନ ୧୪୩ଟି ଆଶ୍ରମ,ସେବାଶ୍ରମ ଆଦି ସ୍କୁଲ ରହିଥିବା ବେଳେ ୫୮୮ଟି ବାଳକବାଳିକା ହଷ୍ଟେଲ ରହିଥିବା ବେଳେ ପାଖାପାଖି ୬୪ହଜାର ଅନ୍ତେବାସୀ ରହୁଛନ୍ତି ।

Udyog Nursery
Udyogi Nursery

ସେମାନଙ୍କ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୱେଷା ଯୋଜନାରେ ସହାରାଂଚଳରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଲାଭ ନିମନ୍ତେ ନାମଲେଖା ବ୍ୟବସ୍ଥା, ଆକାଂକ୍ଷା ଯୋଜାନ ମାଧ୍ୟମରେ ମାଟ୍ରିକ ପରିବର୍ତୀ ଉଚ୍ଚ ଶିକ୍ଷା ପାଇଁ ସହରାଂଚଳ ଛାତ୍ରବାସର ବ୍ୟବସ୍ଥା ,ଜୀବିକା ନିର୍ବାହ ଓ ମହିଳା ସଶକ୍ତିକରଣ,ଅଧୀକୃତ ଜଙ୍ଗଲ ଜମିରେ ଚାଷ,ବାସ ଏବଂ ଗୋଷ୍ଠୀଗତ ଅଧିକାର,ନିର୍ଯ୍ୟାତିତ / ପୀଡିତ ଜାତି ଓ ଜନଜାତି ବର୍ଗଙ୍କୁ ଆର୍ଥିକ ସହାୟତା,ଆନ୍ତଃଜାତ ବିବାହ,ଛାତ୍ରବାସରେ ନିରାପତା ବ୍ୟବସ୍ଥା ଆଦି ଉପରେ କରାଯାଉଥିବା ବ୍ୟବସ୍ଥା ଉପରେ ଡିଡବ୍ଳ୍ୟୁଓ ନନ୍ଦଲାଲ ବିଶ୍ୱାଳ ସମ୍ୟକ ସୂଚନା ଦେଇଥିଲେ । ସେହିପରି ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ୱାହିଦା ବେଗମ ମା ଓ ଶିଶୁର ବିକାଶରେ ଆବଶ୍ୟକ ପଡୁଥିବା ପୁଷ୍ଟିକର ଖାଦ୍ୟ ସହ ସରକାରଙ୍କ ବିଭିନ୍ନ ଯୋଜନାଗୁଡିକ ଉପରେ ଆଲୋକପାତ କରାଇଥିଲେ । 

ରାୟଗଡ଼ରୁ ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.