୨ଦିନିଆ ବ୍ୟାଙ୍କ ଧର୍ମଘଟରେ ବସିଲେ ବ୍ୟାଙ୍କ କର୍ମଚାରୀ

 ରାୟଗଡ,୩୧/୧: ଦୁଇଦିନ ଧରି ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା । ରାୟଗଡ ଜିଲ୍ଳା ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ କର୍ମଚାରୀମାନେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ ତରଫରୁ ଡାକରା ଦିଆଯାଇଥିବା ୨ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋନଳକୁ ସମର୍ଥନ ଜଣାଇ ଧାରଣାରେ ବସିଛନ୍ତି । ଜାନୁୟାରୀ ୩୧ ଓ ଫେବୃୟାରୀ ୧ତାରିଖ ଦୁଇ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି । ସମାନ କାମକୁ ସମାନ ଦରମା,ଅବସରକାଳୀନ ସହାୟତାରୁ ଆୟକର ବ୍ୟବସ୍ଥାକୁ ବାଦ ଦେବା,ଦରମା ବୃଦ୍ଧି ଭଳି ୧୨ ଦଫା ଦାବି ନେଇ ସଂଘ ପକ୍ଷରୁ ଧର୍ମଘଟ କରାଯାଇଛି । ସଂଘ ସଦସ୍ୟ ବି.ତାରିଣୀ,ଜୋନାଲ ସଂପାଦକ ରାମଦାସ ବିଡିିକା,ରାୟଗଡ ଶାଖା ସଭାପତି ସୁବାଷଚନ୍ଦ୍ର ବିସମାଝି,ଏସ.କେ.ଶୁଭାନଙ୍କ ସମେତ ଅନ୍ୟ ସଦସ୍ୟସଦସ୍ୟାମାନେ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ ଓ ଧାରଣାରେ ବସିଥିଲେ ।

ରାୟଗଡ଼ରୁ ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.