ଦୁଷ୍ମନ୍ତ ଗହିରଙ୍କ କବିତା : ହେ ନବ ବର୍ଷ

ହେ ମୋର ନବ ବର୍ଷ
ଖୋସି ଦିଅ ଖୁସିର
ପେନ୍ଥା ପେନ୍ଥା ଫୁଲ
ହସର ଗୋଳାପ,
ନିର୍ବିଘ୍ନ କରିଦିଅ
ସାରା ପୃଥିବୀଟାକୁ
ଯେମିତି ଚଉଦିଗେ
ଶାନ୍ତି ମୈତ୍ରୀ ପ୍ରୀତିର
ବାସ୍ନା ଚହଟୁ ।

Omkar Vasthu
Omkar Vasthu

ସୁଖରେ ଭରିଯାଉ ଅଗଣା
ଦୁଃଖର ନ ଥାଉ ଠିକଣା
କେଣେ ବାଟବଣା ହୋଇ
ଚାଲିଯାଉ
ସେ ଦୁର୍ବିପାକ ଦୁର୍ଘଟଣା ।

Pearl dental clinic
Near Ashish Medical Store, Bhawanipatna

ଲମ୍ବିଥିବା ଆଶା
ସବୁଜ ସବୁଜ ଲାଗୁ
ପୃଥିବୀ ପରିବେଶ ମୟ ହେଉ
ଯୌନ ଶୋଷଣ ଭଲି
କୁତ୍ସିତ କଳଙ୍କ ଟିପାର ପରଶ
ନପଡୁ ତୁମ ଘଟେ ।

Udyog Nursery
Udyogi Nursery

ଆସିଫା,ସଂଜଳୀ ନୀରିହ
କୁନ୍ଦୁଳି ପୀଡିତା ଭଲି
କରୁଣ ଚିତ୍ର
ନଆଙ୍କି ହେଉ
ତୁମରି ନିର୍ମଳ ବକ୍ଷେ ।

ଧରଣୀ ବୁକେ
ହର୍ଷ ଉଲ୍ଲାସର ପରବ ପସରା
ମୁଣ୍ଡେଇ ଆସୁଥିବା
ଶୀତୁଆ ରାତିର ମଧ୍ୟଭାଗେ
କାକର ଝରା ମୁକ୍ତାର ପରଶେ
ତୁମରି ପାଦ ପଡୁ ପଡୁ
ଏତିକି କାମନା କରେ ମୁଁ
ସବୁରି କର୍ମମୟ ଜୀବନ
ଅତିକ୍ରମ କରୁ
ଆଗକୁ ଆଗକୁ
ନୀରିହ ନିସ୍ପେଷିତ
ମଣିଷର ହିତେ
ସମୃଦ୍ଧିର ପ୍ରଗତି ପଥେ
ସମୃଦ୍ଧିର ପ୍ରଗତି ପଥେ ।

ଗ୍ରା/ପୋ-ଗମ୍ଭାରୀଗୁଡା
ଥାନା-କୋକସରା
କଳାହାଣ୍ଡି
ମୋ-୯୬୬୮୨୩୨୦୬୬

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.