ସାମାଜିକ କାର୍ଯ୍ୟରେ ସାମିଲ ହେଲା ସିଆର୍ପିଏଫ୍ ବି/୬୪ ବାଟାଲିୟନ

କଳାହାଣ୍ଡି,୩୧ା୧୨:

Omkar Vasthu
Omkar Vasthu

ଗତ କିଛିଦିନ ହେଲା ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବାବେଳେ ପାହାଡପର୍ବତ ଘେରା ଓ ଆଦିବାସୀ ଅଞ୍ଚଳରେ ଗରିବଗୁରୁବା ତଥା ବୃଦ୍ଧବୃଦ୍ଧାଙ୍କ ପାଇଁ କାଳ ସାଜିଛି ପ୍ରଚଣ୍ଡ ଶୀତ ଲହରୀ । ଅପରାହ୍ନ ଚାରିଟାରୁ ଶୀତ ମାଡି ବସୁଥିବାବେଳେ ଦିନ ଦଶଟାଯାଏଁ ଶୀତ ଲୋକଙ୍କୁ ଦାଉ ସାଧୁଛି । ବିଶେଷ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ ଶୀତ ଯୋଗୁଁ କିଲିବିଲି ହେଉଥିବାବେଳେ ଶୀତବସ୍ତ୍ର ଖଣ୍ଡେ ସୁଦ୍ଧା କିଣିବାକୁ ସକ୍ଷମ ହେଉନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ନକ୍ସଲ ଦମନ ଅଭିଯାନରେ ସାମିଲ ଥିବା ଲାଞ୍ଜିଗଡ ବ୍ଲକ ସିକେରକୁପାସ୍ଥିତ ସିଆର୍ପିଏଫ୍ ବି/୬୪ ବାଟାଲିୟନର ଜବାନମାନେ ଏକ ଅଭିନବ ପଦକ୍ଷେପ ନେଇଛନ୍ତି । ନିଜର ସାମାଜିକ କାର୍ଯ୍ୟକ୍ରମ ଜରିଆରେ ଅଞ୍ଚଳର ଶତାଧିକ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ଅସହାୟ ଓ ଗରିବ ଲୋକଙ୍କୁ ପ୍ରବଳ ଶୀତରୁ ରକ୍ଷା କରିବା ପାଇଁ କମ୍ବଳ ଯୋଗାଇ ଦେଇଛନ୍ତି । ଏପରିକି ମହିଳାମାନଙ୍କୁ ଶାଢି ଓ ବୟସ୍କ ଲୋକଙ୍କୁ ଲୁଙ୍ଗି ଦେଇ ସେମାନଙ୍କ ଦୁଃଖରେ ସାମିଲ ହୋଇଛନ୍ତି । ଅଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ସହିତ ଅଞ୍ଚଳର ଯୁବଗୋଷ୍ଠୀଙ୍କ ମଧ୍ୟରେ ଖେଳୁଆଡ ମନୋଭାବ ଉଦ୍ରେକ ପାଇଁ ବିଭିନ୍ନ କ୍ରୀଡା ସାମଗ୍ରୀ ବଣ୍ଟନ କରିଛନ୍ତି । ଲାଞ୍ଜିଗଡ ରୋଡ ପଞ୍ଚାୟତର କିଡିଙ୍ଗ, ମାଡିବନ୍ଧା, କାଉଗୁଡା, ଲାଞ୍ଜିଗଡ ରୋଡ, ସିକେରକୁପା, କାଞ୍ଚଲି, ଦୁର୍ଭଟା ଆଦି ଗାଁର ଶତାଧିକା ବୃଦ୍ଧବୃଦ୍ଧା ଓ ଅସହାୟ ଲୋକେ ଏହାଦ୍ୱାରା ଉପକୃତ ହୋଇଥିବା ଜଣାଯାଏ । ଏଥିପାଇଁ ଅନୁଷ୍ଠିତ ଏକ ସମାରୋହରେ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବିଶେଷ ଅତିଥି ଭାବେ ସିଆର୍ପିଏଫ୍ ୬୪ ବାଟାଲିୟନର କମାଣ୍ଡାଣ୍ଟ ଅମରେନ୍ଦ୍ର ନାରାୟଣ ପାଣ୍ଡେ,

Pearl dental clinic
Near Ashish Medical Store, Bhawanipatna

ସମ୍ମାନିତ ଅତିଥି ଭାବେ ଡେପୁଟି କମାଣ୍ଡାଣ୍ଟ ଆର୍ଏଲ୍ ମୀନା, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତଥା ସିକେରକୁପା କ୍ୟାମ୍ପ୍ ଇନ୍ଚାର୍ଜ ଲାଲଚନ୍ଦ, ଇନ୍ସପେକ୍ଟର ଶିବଶଙ୍କର ୟାଦବ, ଏଏସ୍ଆଇ କୃଷ୍ଣଚନ୍ଦ୍ର ସେଠୀ, ଲାଞ୍ଜିଗଡ ରୋଡ ସରପଞ୍ଚ ଟଙ୍କଧର ମାଝୀ, ସମାଜସେବୀ ଚନ୍ଦ୍ରଶେଖର ମହାପାତ୍ର, ସିକେରକୁପା ଫାଣ୍ଡି ଅଧିକାରୀ ବିଜୁରାମ ବାଗ ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ଗତିବିଧି ରୋକିବା ସହ ଲୋକଙ୍କ ସୁଖଦୁଃଖରେ ସିଆର୍ପିଏଫ୍ ତାର ସାମାଜିକ ପ୍ରତିବଦ୍ଧତା ଜାରି ରଖିବ ବୋଲି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ଲାଲଚନ୍ଦ ପ୍ରକାଶ କରିଛନ୍ତି । ନକ୍ସଲ ଅପରେସନରେ ସାମିଲ ଥିବା ଏହି ଜବାନମାନଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି ।

Udyog Nursery
Udyogi Nursery

Report by Sushil Kumar Bag, Special Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.