ବେଲଖଣ୍ଡି ଠାରେ ଯାଦବ ମହାସଭା ପ୍ରସ୍ତୁତି ବୈଠକ

କର୍ଲାମୁଣ୍ଡା,୮/୧:

Omkar Vasthu
Omkar Vasthu

କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ପୀଠ ପ୍ରାଙ୍ଗଣରେ ଯାଦବ ସମାଜ ମହାସଭାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  କେସିଙ୍ଗା ବ୍ଲକ ଯାଦବ ସମିତି ତଥା କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ୨୨ ଜାନୁୟାରୀରେ କେସିଙ୍ଗାରେ ହେବାକୁ ଥିବା ବ୍ଲକ ଯାଦବ ସଭା ଓ ୨୭ ଏବଂ ୨୮ ଜାନୁୟାରୀରେ ଜୁନାଗଡ଼ ଠାରେ ହେବାକୁ ଥିବା ଅଷ୍ଟମ ଯାଦବ ମହାସଭାର ପ୍ରସ୍ତୁତି ସମନ୍ଧେ ଆଲୋଚନା କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

ଏଥିରେ ଜିଲ୍ଲା ଯାଦବ ସମାଜର ମୁଖ୍ୟ ପରାମର୍ଶ ଦାତା ମହେନ୍ଦ୍ର କୁମାର ନାଏକ, ବ୍ଲକ ସଭାପତି ଗୋବିନ୍ଦ ବନଛୋର, ପୂର୍ବତନ ବ୍ଲକ ସଭାପତି ପ୍ରଫୁଲ୍ଲ ନାଏକ, ଉପସଭାପତି ଘନଶ୍ୟାମ ଗହୀର, ପୂର୍ବତନ ସମ୍ପାଦକ ପଙ୍କଜ ଗଉଡ଼ ପ୍ରମୁଖଙ୍କ ସହ ବେଲଖଣ୍ଡି ଆଞ୍ଚଳିକ ଯାଦବ ସମାଜ ସଭାପତି ନୀଳାମ୍ବର କଠାର, ସମ୍ପାଦକ ହଜାରୁ ଗହୀର, ସିର୍ଯ୍ଯପାଲି ଆଞ୍ଚଲିକ ସଭାପତି ମେଘରାଜ ଗହୀର, ହାତୀଖୋଜ ପଞ୍ଚାୟତ ସଭାପତି ଅଗସ୍ତି ବାଗ, ସିରୋଲ ପଞ୍ଚାୟତ ସଭାପତି ବିକ୍ରାନ୍ତ ବାଗ, ବେଲଖଣ୍ଡି ପୂର୍ବତନ ସମ୍ପାଦକ ଦେବରାଜ ହେର୍ଣ୍ଣା, ହାତୀଖୋଜ ପଞ୍ଚାୟତ ର ପୂର୍ବତନ ସଭାପତି ପଙ୍କଜ ହେର୍ଣ୍ଣା,

Udyog Nursery
Udyogi Nursery

ସିର୍ଯ୍ଯପାଲି ପଞ୍ଚାୟତ ପୂର୍ବତନ ସଭାପତି ବାଲମକୁନ୍ଦ ଗହୀର, ବେଲଖଣ୍ଡି ପଞ୍ଚାୟତ ର ଉପସଭାପତି କ୍ଷୀରସାଗର ହେର୍ଣ୍ଣା, କୋଷାଧକ୍ଷ ମହେନ୍ଦ୍ର ହେର୍ଣ୍ଣା, ଦୟାନିଧି ହେର୍ଣ୍ଣା, ଥବିର ହେର୍ଣ୍ଣା, ରବି କଠାର ଥବିର ଗହୀର, ଅଶୋକ ଚନ୍ଦନ, ମାର୍କଣ୍ଡ ଭୋଇ, କାଶୀନାଥ ହେର୍ଣ୍ଣା, ସୁନ୍ଦରମଣି ଭୋଇ, ବୃକୋଧର ଥପା, କୁବେର ହେର୍ଣ୍ଣା, ସରୋଜ ଚନ୍ଦନ ଏବଂ ଯାଦବ ସମାଜର ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Report by Nabin Kishor Sahu, Correspondent Karlamunda odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.