ବାଲେଶ୍ୱରରେ ସପ୍ତାହାନ୍ତ ଶଟ୍-ଡାଉନ୍’କୁ କଡାକଡି କଲେ ନୂଆ ଏସ୍.ପି. ସୁଧାଂଶୁ ଶେଖର ମିଶ୍ର

●ସହରରେ ମୁତୟନ ହେଲେ ଅତିରିକ୍ତ ୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ

● ସହରର ବିଭିନ୍ନ ସ୍ଥାନରେ ପୋଲିସ୍ କରିବ ଯାଞ୍ଚ୍

ବାଲେଶ୍ଵର, ୫/୬: (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ରାଜ୍ୟ ସରକାରଙ୍କ ତରଫରୁ ଜୁନ୍ ମାସର ପ୍ରତ୍ୟେକ ଶନିବାର ଏବଂ ରବିବାର ଦୁଇ ଦିନ ଶଟ୍ ଡାଉନ୍ ଘୋଷଣା କରାଯିବା ପରେ ଆସନ୍ତାକାଲି ହେଉଛି ‘ଶଟ୍-ଡାଉନ୍’ର ପ୍ରଥମ ଦିନ | ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ସହରରେ ପାଞ୍ଚ ପ୍ଲାଟୁନ୍ ଅତିରିକ୍ତ ପୋଲିସ୍ ଫୋର୍ସ ମୁତୟନ ସହିତ କଡା ଯାଞ୍ଚ କରିବାକୁ ନୂତନ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇଦିନ କେବଳ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଲୋକମାନେ ଯେପରି ନିଜ ଘର ଛାଡିବେ ନାହିଁ ସେଦିଗରେ ରହିବ ପୋଲିସର କଡା ନଜର। ସମଗ୍ର ଜିଲ୍ଲା ସମେତ ପୁରା ସହର ପୋଲିସ୍ ଛାଉଣିରେ ଭରିଯିବ ବୋଲି ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନା ଅନୁସାରେ ସହରର ସିନେମା ଛକ, ପୋଲିସ୍ ଲାଇନ୍ ଛକ, ଷ୍ଟେସନ୍ ଛକ, ଫକିରମୋହନ ଗୋଲେଇ ଏବଂ ଆଇଟିଆଇ ଛକରେ ପୋଲିସ୍ ଦ୍ୱାରା କଡାକଡି ଯାଞ୍ଚ୍ ବ୍ୟବସ୍ଥା କରାଯାଇଛି। ସେହିଭଳି ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନକୁ ମଧ୍ୟ ସଚେତନ କରାଯାଇଛି। ନୂତନ ଏସ୍.ପି. ସୁଧାଂଶୁ ଶେଖର ମିଶ୍ର ଶଟ୍-ଡାଉନ୍ ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Udyog Nursery
Udyogi Nursery

ଅନ୍ୟପକ୍ଷରେ, ପୋଲିସ ଅଧୀକ୍ଷକ ଶ୍ରୀ ମିଶ୍ର ଜିଲ୍ଲାବାସୀଙ୍କୁ ଶଟ୍-ଡାଉନ୍ ସମୟତକ ନିୟମ ଅନୁଯାୟୀ ନିଜ ନିଜ ଘରେ ରହିବାକୁ ଅନୁରୋଧ କରିଛନ୍ତି।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.