ସମସ୍ୟା ଘେରରେ ଆଦିବାସୀ ପଲ୍ଲୀ ବାର୍ସିକନା

ସାଧାରଣ ଆବଶ୍ୟକତା ଠାରୁ ବଞ୍ଚିତ ଗ୍ରାମବାସୀ

Omkar Vasthu
Omkar Vasthu

ଜୁନାଗଡ଼,୧୬/୬: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ସିନ୍ଧିପଦର ପଂଚାୟତର ଏକ ଆଦିବାସୀ ଅଧ୍ୟୁଷିତ ଗାଁ ବାର୍ସିକନା । ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଅଙ୍ଗନଓ୍ବାଡି ସେବା ଆଦି ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇ ପଡି ରହିଛି ଏହି ଗାଁ ।ସବୁଦିନିଆ ରାସ୍ତା ଟିଏ ନଥିବାରୁ ଗାଁକୁ ଆମ୍ବୁଲେନ୍ସ ଆସିପାରେ ନାହିଁ । ସାଧାରଣ ବଣ୍ଟନ ସାମଗ୍ରୀ ପାଇଁ ଦୁଇଟି ପାହାଡ଼ ଚଢି ସିନ୍ଧିପଦର ପଚାୟତାକୁ ଅନେକ କଷ୍ଟ ସହି ଯାଇଥାନ୍ତି ହିତାଧିକାରୀ । ଅଙ୍ଗନୱାଡ଼ି କର୍ମୀ ଗାଁକୁ ନିୟମିତ ଆସୁ ନଥିବାରୁ ହିତାଧିକାରୀ ସୁବିଧା ସୁଯୋଗ ପାଇ ପାରୁ ନଥିବା ପ୍ରକାଶ କରିଛନ୍ତି । ଗର୍ଭବତୀ, ଶିଶୁ, କିଶୋରୀ ମହିଳାଙ୍କ ସମେତ ଗ୍ରାମବାସୀ ସ୍ୱାସ୍ଥ୍ୟସେବା ସଠିକ ଭାବରେ ପାଇଁ ପାରୁ ନଥିବା ଦେଖାଯାଉଛି । ଥୁଆମୁଳ ରାମପୁର ବ୍ଲକ ମୁଖ୍ୟାଳୟ ଅନେକ ଦୂର ହୋଇ ଥିବା ଯୋଗୁଁ ଏମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନ୍ୟୁନ ପଚାଶ ପରିବାରର ଅଢେଇସହରୁ ଉର୍ଦ୍ଧ ଜନସାଧାରଣ ବସବାସ କରୁଥିବା ବେଳେ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି । ଏହାସହ ଗ୍ରାମକୁ ଜୁନଗଡ଼ ବ୍ଲକରେ ସାମିଲ, ଗ୍ରାମର ବହୁବିଧ ସମସ୍ୟାର ସମାଧାନ ଆଦି କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Pearl dental clinic
Near Ashish Medical Store, Bhawanipatna

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.