ଜୁନାଗଡ଼,୨୫/୬: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ତଲମଳା ପଂଚାୟତର ସାହାଜକନା ଗ୍ରାମର ବସ୍ତି ପଡ଼ା ଠାରୁ କୌବନ୍ଧ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ୨୦୧୮-୨୦୧୯ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟରେ ଏବେ ଜେସିବି ମେସିନ ଦ୍ଵାରା ମୋରାମ ସମତୁଲ କାର୍ଯ୍ୟ ଚାଲିଚି । ସମ୍ପ୍ରତି ଶ୍ରମିକ ମାନଙ୍କ ଶ୍ରମନିଯୁକ୍ତି ଏକ ଆବେଗ ବିଷୟ ହୋଇଥିବା ବେଳେ ମେସିନ ଦ୍ୱାରା ମନରେଗା କାର୍ଯ୍ୟ ସମ୍ପାଦନ କରାଯିବା ବିଭାଗୀୟ ସ୍ଵଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ମୋରାମ ବିଛାଇବା ଶ୍ରମିକଙ୍କପାଇଁ ସହଜସାଧ୍ୟ କାର୍ଯ୍ୟ ହୋଇ ଥିଲେହେଁ, ମେଟେରିଆଲ ଅନୁପାତ ନାଁରେ ପ୍ରିୟପ୍ରୀତି ତୋଷଣ ଚାଳିଛି ବୋଲି ଚର୍ଚ୍ଚା ଚାଲିଛି । ମନେରେଗା କାର୍ଯ୍ୟରେ ମେସିନ ନିୟୋଜନ ସମ୍ପର୍କରେ ପଂଚାୟତ ଜିଆରଏସଙ୍କୁ ଫୋନ ଯୋଗେ ପଚାରିବାରୁ ଏହା ମେଟେରିଆଲ ଭାଗ, ତେଣୁ ମେସିନରେ ଚାଲିଥିବା କହିଥିଲେ ।
ଯନ୍ତ୍ରୀ ସିଏଚ ପାତ୍ରଙ୍କୁ ଫୋନ ଯୋଗେ ପଚାରିବାରୁ ମୋର ଅଧିନସ୍ଥ କୌଣସି ପ୍ରକଳ୍ପରେ ମେସିନ ବ୍ୟବହାର କରାଯାଉ ନାହିଁ ବୋଲି କହିଥିଲେ । ଏ ସମ୍ପର୍କରେ ମତ ରଖିବାକୁ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ କହିବାରୁ ସେ କ୍ୟାମେରା ଆଗରେ ମତ ରଖିବାକୁ ମନାକରିଥିଲେ । ଅନ୍ୟପଟେ ତଲମଳା ତଥା ଜୁନାଗଡ଼ ବ୍ଳକର ମନରେଗା କାର୍ଯ୍ୟର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବୀ ହେଉଛି ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in