ଚାଷୀ ପାଉନାହିଁ ସରକାରୀ ବିହନ, କମ୍ପାନୀ ବିହନ ଯାହାକୁ ଯେତେ

ବାଟବଣା ହେବାରେ ଲାଗିଛି ସରକାରୀ ଯୋଜନା

ଜୁନାଗଡ,୭/୭: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଚାଷୀ ଚଳିତ ବର୍ଷ ଧାନ ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଥିବା ବେଳେ ଏପର୍ଯ୍ୟନ୍ତ ଆବଶ୍ୟକ ବିହନ ମିଳିପାରିନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଚାଷୀଙ୍କ ନିମନ୍ତେ ଉଦ୍ଧିଷ୍ଟ ଯୋଜନା ସବୁ ବାଟବଣା ହେବାରେ ଲାଗିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସରକାରୀ ସ୍ତରରେ ଚାଷୀଙ୍କୁ ବିହନ ଯୋଗାଇ ଦେବା କଥା କୁହାଯାଉ ଥିବା ବେଳେ ସରକାରୀ ଧାନ, ବାଦାମ, ମକା ଓ ଅନ୍ୟ ଡାଲି ଜାତୀୟ ବିହନ କୁଆଡେ ଚାଲାଣ ହେଉଛି ତାହା ତଦନ୍ତ ସାପେକ୍ଷ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଅଭିଯୋଗ ଆସିଛି ବେସରକାରୀ କମ୍ପାନୀ ଓ କୃଷି ବିଭାଗର କେତେକ ଅସାଧୁ କର୍ମଚାରୀଙ୍କ ସଲାସୁତରା ଅଞ୍ଚଳରେ କମ୍ପାନୀ ବିହନ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଉପଲବ୍ଧ ଥିବା ବେଳେ ସରକାରୀ ବିହନ ର ନା ଗନ୍ଧ ନାହିଁ। କମ୍ପାନୀ ବିହନ ଓ ଉପଲବ୍ଧ ରିଟେଲର ଠିକଣାର ବିଜ୍ଞାପନ ବୃକ୍ଷଲତା ଠାରୁ ଆରମ୍ଭ କରି ବିଦ୍ୟୁତ ଖୁଂଟ, ପାଚେରୀରେ ବଡ଼ ବଡ଼ ଅକ୍ଷରରେ ରହୁଥିବା ବେଳେ ସରକାରୀ ବିହନର ବିଜ୍ଞାପନ କୃଷି କାର୍ଯ୍ୟାଳୟ ମଧ୍ୟ ନାହିଁ।

Udyog Nursery
Udyogi Nursery

ଜୟପାଟଣା ବ୍ଳକରେ ସରକାରୀ ବିହନ ସୁଲଭ ମୂଲ୍ୟରେ ଯୋଗାଉ ଥିବା ସରକାରୀ ସ୍ତରରେ କହୁଥିବା ବେଳେ ବର୍ତ୍ତମାନ ୩୦୦୦ କ୍ୟୁଣ୍ଟାଲ ଧାନ ବିହନ ଆବଶ୍ୟକ ଥିବା ବେଳେ ମାତ୍ର ୫୨୬କ୍ୟୁଣ୍ଟାଲ ଧାନ ଯୋଗାଣ ହୋଇଥିବା ଜଣାପଡିଛି। ଅନ୍ୟପଟେ ଚାଷୀ ଅଭାବୀ ଧାନ ବିକ୍ରିରେ ମଣ୍ଡିରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ବେଳେ ବିହନ ପାଇଁ ନାନା ସମସ୍ୟାର ସାମ୍ନା କରୁଛି। ହାତପାହାନ୍ତାରେ ସରକାରୀ ଚାଷୀଙ୍କୁ ବିହନ ଯୋଗାଇ ଦେବା ଯୋଜନା ଏଠି ଫସର ଫାଟିଛି। ଏପରି ପରିସ୍ଥିତିରେ ଚାଷୀ କିଂକର୍ତ୍ତବ୍ୟମୁଢ ହୋଇ ଚଢା ଦରରେ କମ୍ପାନୀ ବିହନ କିଣି ଚାଷ କରୁଛି। ଯାହାଫଳରେ ଚାଷୀ ହଜାର ହଜାର ଟଙ୍କାର କ୍ଷତି ସହୁଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ଜୁନାଗଡ ପ୍ରତିନିଧି ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.