ଅଗ୍ନିଶମ ବିଭାଗ ପକ୍ଷରୁ ୭୧ତମ ବନ ମହୋତ୍ସବ ସପ୍ତାହ

କୋକସରା,୭/୭: କୋକସରା ଅଗ୍ନିଶମ ସେବା କେନ୍ଦ୍ର ଆନୁକୁଲ୍ୟରେ ଜୁନାଗଡ ବନାଞ୍ଚଳ ସହଯୋଗ କ୍ରମେ ମଙ୍ଗଳବାର ୭୧ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । କୋକସରା ଅଗ୍ନିଶମ ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅଗ୍ନିଶମ କେନ୍ଦ୍ର ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ମୂଖ୍ୟ ଅତିଥି ଭାବେ କୋକସରା ଜବାହର ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ଜୁନାଗଡ଼ ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ଡା ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଏହି ଅବସରରେ ଦମକଳ କେନ୍ଦ୍ର ପରିସର ଓ କୋକସରା ଜବାହର ଉଚ୍ଚ ବିଦ୍ୟାପୀଠ ଠାରେ ଅତିଥି ମାନଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା ।

Udyog Nursery
Udyogi Nursery

କାର୍ଯ୍ୟକ୍ରମରେ କୋକସରା ଫରେଷ୍ଟର ବଳରାମ ଭୋଇ , ଜୟଧର ମାଝୀ, ନିହାର ରଂଜନ ଠାକୁର, ଫରେଷ୍ଟ ଗାର୍ଡ ଶର୍ବେଶ୍ୱର ଗହୀର, ରାଜେନ୍ଦ୍ର ନାଏକ, ଅଗ୍ନିଶମ ବିଭାଗର ଉମେଶ ଚନ୍ଦ୍ର ବାଗ, ଏ. ପଟେଲ, ୟୁ.କେ. ଦଣ୍ଡସେନା, ଜେ. ରାଉତ, ବି. କୁମ୍ଭାର, ଜେ.ଏମ୍. ବେହେରା, ଏମ.ଆର୍‌. ଗୁଦୁରିଆ, ପିଇଟି ଆମିତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତି ରହି ସହଯୋଗ କରିଥିଲେ ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.