ସିଆରପିଏଫ୍ ୬୪ ବାଟାଲିୟନ ପକ୍ଷରୁ ସିଭିକ୍ ଏକ୍ସନ ପ୍ରୋଗ୍ରାମ

ଲାଞ୍ଜିଗଡ,୮/୭: ଓଡ଼ିଶା ସେକ୍ଟର ଆଇଜିଙ୍କ ନିର୍ଦ୍ଦେଶ କ୍ରମେ ଓ ସିଆରପିଏଫ ୬୪ ବାଟାଲିୟନ କମାନଣ୍ଡେଣ୍ଟ ବିପ୍ଳବି ସରକାରଙ୍କ ତତ୍ତ୍ୱାବଧାନରେ ସିକେରକୁପା ଠାରେ ସିଭିକ୍ ଏକ୍ସନ ପ୍ରୋଗ୍ରାମ ୨୦୨୦ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ ବ୍ଲକ ସିକେରକୁପା ଠାରେ ମଙ୍ଗଳବାର ୬୪ ବାଟାଲିୟନ ସିଆରପିଏଫଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ ରୋଡ଼ ସରପଞ୍ଚ ଟଙ୍କଧର ମାଝୀ ଓ ସିକେରକୁପା ପାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ ଯୋଗ ଦେଇଥିଲେ।

Udyog Nursery
Udyogi Nursery

ଅତିଥି ଓ ସିଆରପିଏଫ ଅଧିକାରୀମାନେ ଲାଞ୍ଜିଗଡ ରୋଡ଼ ଗ୍ରାମପଞ୍ଚାୟତ ଅଞ୍ଚଳର କିଡିଙ୍ଗ, ଗଜରାଜପୁର, ଦୁରଭଟ୍ଟା ଓ କାଟସମା ଗ୍ରାମରେ ଶହରୁ ଉର୍ଦ୍ଧ୍ବ ଆବଶ୍ୟକତା ଅନୁଭବ କରୁଥିବା ଲୋକଙ୍କୁ ଛତା, ଚପଲ, ଲୁଙ୍ଗି, ଶାଢ଼ୀ, କମ୍ବଳ, ଟାୱାଲ, ଧୋତି ଇତ୍ୟାଦି ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସିଆରପିଏଫ ୬୪ ବାଟାଲିୟନର ସେକେଣ୍ଡ କମାଣ୍ଡାଣ୍ଟ ସୁରେଶ କୁମାର, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଅନିରୁଦ୍ଧ ପାଣ୍ଡେ ଓ ସିଆରପିଏଫ୍ ଯବାନମାନେ ଉପସ୍ଥିତ ଥିଲେ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.