‘ସମ୍ବାଦ-ସାହିତ୍ୟ ଘର’ ପକ୍ଷରୁ ବୃକ୍ଷରୋପଣ

ଲାଞ୍ଜିଗଡ,୧୪/୭: ଲାଞ୍ଜିଗଡ ‘ସମ୍ବାଦ-ସାହିତ୍ୟ ଘର’ ପକ୍ଷରୁ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ମସ୍କାପଦର ପ୍ରାଥମିକ ବିଦ୍ୟାଳୟରେ ପରିସରରେ ବୃକ୍ଷ ରୋପଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାଜୁ, ଡ଼ାଲିମ୍ବ, କରଞ୍ଜ,ପଣସ, ଆମ୍ବ କୃଷ୍ଣଚୁଡା, ରକ୍ତ ଚନ୍ଦନ, ବଉଳ ଇତ୍ୟାଦି ୪୫ରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବନପାଳ ବୃଷବ ବେଶ୍ରା, ମସ୍କା ପଦର ସ୍କୁଲ ପ୍ରଧାନ ଶିକ୍ଷକ ତଥା ଲାଞ୍ଜିଗଡ ସମ୍ବାଦ ସାହିତ୍ୟ ଘର ସମ୍ପାଦକ ରାଘବ ଗହୀର, ସ୍କୁଲ କମିଟି ସଭାପତି ଗୌରାଙ୍ଗ ମାଝୀ, ଲାଞ୍ଜିଗଡ ବନରକ୍ଷୀ ବିଭୁତି ଭୂଷଣ ନାଏକ, ଭିଏସଏସ ସଭାପତି ରାଜଣା ମାଝୀ, ଯୁବ ସମାଜସେବୀ ସତ୍ୟନାରାୟଣ ନାଏକ,

Udyog Nursery
Udyogi Nursery

ସ୍କୁଲ ସହଶିକ୍ଷକ ଗୁଲଠୁ ମାଝୀ, ସାଣ୍ଡରୁ ମାଝୀ, ଡିଲେଶ୍ଵର ପ୍ରଧାନୀ, ତ୍ରିଲୋଚନ ସାହୁ, ସୁଶାନ୍ତ ହରିଜନ, ବସନ୍ତ ଭୋଇ, ରତ୍ନନା ଦୋରା, ଲଷ୍ମୀ ମାଝୀ, ଦଇମନ୍ତି ମାଝୀ, ସମ୍ବାଦ ଲାଞ୍ଜିଗଡ ବ୍ଲକ ପ୍ରତିନିଧି କ୍ଷମାନିଧି ମହାଖୁଡ଼, ମସ୍କା ପଦର ସ୍କୁଲ କମିଟି ସଦସ୍ୟ ଓ ଲାଞ୍ଜିଗଡ ବନ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.