କୋଭିଡ-ଫି ୧୫%କୁ ନେଇ ଅସନ୍ତୋଷ ମଦ ଦୋକାନୀ

୫୦% ଛାଡି କୋଭିଡ-ଫି ୧୫% କଲେ ସରକାର , ୩୫% କ୍ଷତି ସହିବ କିଏ -ମଦ ଦୋକାନୀ

ରାୟଗଡ,୧୪/୭: ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ତରଫରୁ ଗତ ଜୁଲାଇ ୧୦ତାରିଖରେ ମଦ ବିକ୍ରି ଉପରେ କୋଭିଡ-ଫି ୫୦% ବଦଳରେ ଗ୍ରାହକଙ୍କ ଠାରୁ ୧୫% ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ରାୟଗଡ ଜିଲ୍ଳାରେ ଥିବା ମଦ ଦୋକାନୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବିଭାଗ ପୁଣି ଏଥିରେ ପୁନଃବିଚାର କରି ତଥା ୫୦% କୋଭିଡ-ଫି ଦେଇ କିଣାଯାଇଥିବା ମଦଷ୍ଟକ ଉପରେ ୩୫%ର ଅର୍ଥ ଦୋକାନ ଆକାଉଂଟକୁ ଫେରାଇବା ପାଇଁ ଦାବି କରିଛନ୍ତି । ଏ ନେଇ ସୋମବାର ଦିନ ରାୟଗଡ ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କୁ ସାକ୍ଷାତ କରି ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ, ଅବକାରୀ ଆୟୁକ୍ତ ଓ ରାୟଗଡ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ରାୟଗଡ ଜିଲ୍ଳାର ଲାଇସେନ୍ସପ୍ରାପ୍ତ ମଦ ଦୋକାନୀମାନେ ଲକଡାଉନ ଯୋଗୁଁ ମାର୍ଚ୍ଚ ୨୪ତାରିଖରୁ ମେ୨୪ତାରିଖ ପର୍ଯ୍ୟନ୍ତ ସରକାରଙ୍କ ବିଭାଗୀୟ ନିର୍ଦ୍ଦେଶ ପ୍ରକାରେ ବନ୍ଦ କରିଥିଲେ । ପୁଣି ସରକାରଙ୍କ ନିର୍ଦ୍ଦେଶରେ ମେ’୨୫ତାରିଖରେ ଦୋକାନ ଖୋଲାଯାଇ ବିଭାଗ ପକ୍ଷରୁ ଷ୍ଟକ ଯାଂଚ କରାଯାଇଥିଲା । ଦୋକାନରେ ରହିଥିବା ଷ୍ଟକ ଉପରେ ୫୦% କୋଭିଡ-ଫି ଲଗାଇ ମଦ ବିକ୍ରି କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ବିଭାଗ ପକ୍ଷରୁ ଦୋକାନୀମାନଙ୍କ ଠାରୁ କୋଭିଡ-ଫି ଆଦାୟ କରାଯାଇଥିଲା । ମେ’୨୫ତାରିଖ ଠାରୁ ଜୁଲାଇ ମାସ ୯ତାରିଖ ପର୍ଯ୍ୟନ୍ତ ଦୋକାନୀ ମାନେ ଦେବଦଳା ଓଡିଶା ରାଜ୍ୟ ପାନୀୟ ନିଗମ (ଓଏସବିସି)ରୁ ମାସିକ ମଦ ଉଠାଣରେ ୫୦% କୋଭିଡ-ଫି ଦେଇ ଆଣୁଥିବା ବେଳେ ହଠାତ୍ ସରକାରଙ୍କ ଅବକାରୀ ବିଭାଗ ତରଫରୁ ୧୦ତାରିଖରେ ୩୫% କୋଭିଡ-ଫି ହ୍ର୍ରାସ କରାଯାଇ ୧୫% କୋଭିଡ-ଫି ଲଗାଇ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଲକ୍ଷାଧିକ ଟଙ୍କାର କୋଭିଡ-ଫି ଦେଇ ଆଣିଥିବା ମଦଷ୍ଟକକୁ ୩୫% ହ୍ରାସ କରି ୧୫%ରେ ବିକ୍ରି କଲେ ମଦ ଦୋକାନୀମାନେ ଏଥିରେ ବହୁତ କ୍ଷତି ସହିବାକୁ ପଡିବ । ତେଣୁ ସରକାରଙ୍କ ନିୟମ ପ୍ରକାରେ ସେମାନେ ୫୦%କୋଭିଡ-ଫି ଦେଇ ମଦ କ୍ରୟ କରିଥିବାରୁ ପୁନଃ ବିଚାର କରାଯାଉ ନଚେତ ୨୫ଜୁନ ଠାରୁ ୯ଜୁନ ପର୍ଯ୍ୟନ୍ତ ଉଠାଯାଇଥିବା ମଦ ଷ୍ଟକ ଉପରୁ ୩୫% ବାବଦକୁ ଅର୍ଥ ଦୋକାନ ଆକାଉଂଟକୁ ହସ୍ତାନ୍ତର କରାଯିବା ପାଇଁ ନିଷ୍ପତି ନିଆଗଲେ ମଦ ଦୋକାନୀମାନେ କ୍ଷତି ସହିବା ଠାରୁ ବର୍ତିଯିବେ ନ ହେଲେ ୧୫%ରେ ମଦ ବିକ୍ରି କଲେ ୩୫%ର କ୍ଷତି କିଏ ସହିବ ବୋଲି ମଦ ଦୋକାନୀ ଜଗନ୍ନାଥ ସାହୁ, ଅନାମଚନ୍ଦ୍ର ସାହୁ, ଆର .ଗୈାରୀବାବୁ, ରତ୍ନ କୁମାର ସେନାପତି, ବିଶ୍ୱନାଥ ସିଂଙ୍କ ସମେତ ସହରର ଅନେକ ମଦ ଦୋକାନୀମାନେ ପ୍ରକାଶ କରିଛନ୍ତି ।

ଅପରପକ୍ଷେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଲୋକଙ୍କୁ ମଦ ବିକ୍ରି ଉପରେ କୋଭିଡ-ଫି ୧୫% ଲଗାଯାଇ ମଦ ଦୋକାନୀମାନେ ମଦ ବିକ୍ରି କରିବେ ବୋଲି ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରା ସୂଚନା ଦେଇଛନ୍ତି । ସେହିପରି ରାୟଗଡ ଜିଲ୍ଳାରୁ ୨କୋଟି ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୋଭିଡ-ଫି ଆଦାୟ ହୋଇଥିବା ନେଇ ସୂଚନା ମିଳିଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.