ଉତ୍କଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ରାୟଗଡ଼ା,୧୫/୭: ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଥିବା ବରିଷ୍ଠ ନାଗରିକ ସଭାଗୃହରେ ଆଜି ଉତ୍କଳ ସାମ୍ବାଦିକ ସଂଘ ରାୟଗଡ଼ା ଶାଖା ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ବୈଠକ ପୂର୍ବରୁ ଉପସ୍ଥିତ ଥିବା ସଂମାନୀୟ ଅତିଥି, ସଂଘର ସଭ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା ସହିଦ ହୋଇଥିବା ଯବାନ ଓ କରୋନା ଯୋଦ୍ଧା ୨ସାମ୍ବାଦିକଙ୍କ ଅମର ଆତ୍ମାର ସଦଗତୀ ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇ ସଂଘର ରାଜ୍ୟ କାର୍ଯ୍ୟ କରିଣୀ ସଭ୍ୟ ଦୟାନନ୍ଦ ଖାଡଙ୍ଗାଙ୍କ ଦ୍ଵାରା ସଭାର ଆଲୋଚନାକୁ ଆଗକୁ ବଢାଯାଇଥିଲା। ପରିଚାଳନା କମିଟି ଦ୍ୱାରା ଚୟନ ହୋଇଥିବା କର୍ମକର୍ତା ମାନଙ୍କୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ଘୋଷଣା ମୁତାବକ ପଦପଦବିରେ ଥିବା ସଭ୍ୟ ମାନଙ୍କ ମଧ୍ୟରେ ସଭାପତି ଭାବେ ସୁରେଶ ଚନ୍ଦ୍ର ଦାସ, ଉପ ସଭାପତି ଆଇ. ସର୍ବେଶ୍ୱର ରାଓ, ସମ୍ପାଦକ ରାଜେଶ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସନ୍ତୋଷ ପାଢ଼ୀ, ଶ୍ରୀଧର ଚୌଧୁରୀ, କୋଷାଧ୍ୟକ୍ଷ ସନ୍ତୋଷ ସାହୁ, ଉପଦେଷ୍ଟା ମାଉଡି ବାରିକ, ଭେଙ୍କେଟେଶ୍ୱର ପାଢ଼ୀ, ଆଇନ ଉପଦେଷ୍ଟା ପ୍ରଦୀପ କୁମାର ଦାସଙ୍କୁ ସଙ୍ଘର ପରିଚାଳନା ସମ୍ପାଦକ ମନୋଜ କୁମାର ସାହୁ ଘୋଷଣା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଭାରେ ରାଜ୍ୟ ପରିଚାଳନା କମିଟିର ସଭ୍ୟ ଦୟାନନ୍ଦ ଖାଡ଼ଙ୍ଗା ସଭା ପରିଚାଳନା କରିବା ସହ ସଭାପତିଙ୍କୁ ସମ୍ପାଦକଙ୍କ ଦ୍ଵାରା ପଦପଦବୀରେ ଘୋଷିତ ସଭ୍ୟମାନଙ୍କୁ ଉପଡ଼ୋକୋଣ ଦେଇ ସଂମାନିତ କରିଥିଲେ। ତତ ସଙ୍ଗେ ସଂଘକୁ କିପରି ଶୃଂଖଳା ଓ ସୁଦୃଢ଼ କରାଯିବ ସେ ନେଇ ନୂତନ କର୍ମକର୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ମଞ୍ଚାସିନ ସମ୍ପାଦକ ରାଜେଶ କୁମାର ମହାନ୍ତି ନିଜ ବକ୍ତବ୍ୟରେ ସଂଘକୁ ଶୃଙ୍ଖଳାର ସହିତ ପରିଚାଳନା କରିବା ସହ ସଭ୍ୟମାନଙ୍କ ସୁଖଦୁଃଖରେ ସହଭାଗୀତା ହୋଇ ସେମାନଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ସର୍ବଦା ସଂଘର୍ଷ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ। ଉକ୍ତ ସଭାରେ ସଂମାନିତ ଅତିଥମାନଙ୍କ ମଧ୍ୟରେ ଏନ.ଏନ.ପାଢ଼ୀ, ବିନୋଦ ପଣ୍ଡା, କାନ୍ତା ରାଓ, ଜିଲ୍ଲାର ବରିଷ୍ଠ ଓ କନିଷ୍ଠ ଗଣମାଧ୍ୟମ ପ୍ରତିନିଧିମାନେ, ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲାର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ।ଶେଷରେ ସଭାରେ ଯୋଗ ଦେଇଥିବା ସମସ୍ତ ସଭ୍ୟଙ୍କୁ ସଙ୍ଘର ସମ୍ପାଦକ ରାଜେଶ କୁମାର ମହାନ୍ତି ଆନ୍ତରିକ ଶୁଭେଚ୍ଛା ଜଣେଇବା ସହ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.