ଖେଦେ କହେ ଚପଲ ମୁଁ
ଅତି ଦୀନ ହୀନ
ମାନବ ଦୃଷ୍ଟି ରେ ସଦା
ନୀଚ ରେ ମୋ ସ୍ଥାନ।
ପାଦକୁ ସୁରକ୍ଷା ଦିଏ
ଖରା ବର୍ଷା ଶୀତେ
ସେଥିରେ ଆନନ୍ଦ ଥାଏ
ଦୁଃଖ ନାହି ମୋତେ।
ପାଇଖାନା ଗଳେ ମୋତେ
ନିଅନ୍ତି ସାଥିରେ
ମୋ ସ୍ଥାନ ସର୍ବଦା ଥାଏ
ମନ୍ଦିର ବାହାରେ।
ଚୋର ଭୟେ ମୋ ଆଡକୁ
ଦେଖି ବରମ୍ବାର
ଠାକୁର ଦର୍ଶନେ ଧ୍ୟାନ
ନ ଥାଏ ତାଙ୍କର।
ଦର୍ଶନ କରୁନି ବୋଲି
ଦୁଃଖ ନାହିଁମୋର
ଭକ୍ତି ଭଙ୍ଗ କରେ ବୋଲି
ଳାଗେ ଖାଲି ଡର।
ଦ୍ବାପର ଯୁଗରେ ମାତା
କୁନ୍ତୀ ଆଜ୍ଞା ମାନି
ପଞ୍ଚ ପାଣ୍ଡବ ରହିଲେ
ଦ୍ରୌପଦୀ ଙ୍କୁ ଘେନି।
ମୁ ନଥି ବୋଲି ଅର୍ଜନ
ପ୍ରବେଶିଳେ ଘରେ
ସେଥିପାଇ ବାର ବର୍ଷ
ବନବାସ ଗଳେ।
ତ୍ରେତୟା ରେ ରାମଚନ୍ଦ୍ର
ପିତୃ ସତ୍ଯ ପାଳି
ପତ୍ନୀ ଭ୍ରାତା ସାଥେ ଯେବେ
ହେଳେ ବନଚାରୀ
ଅଯୋଧ୍ୟା ଶାସନ କଲି
ଚଉଦ ବରଷ
ମୋ ଅତୀତ ବୁଝେ ନାହିଁ।
ଆଜିର ମଣିଷ।
ଟିକେ ଧୂଳି ମଳିପାଇ
ମୋତେ ଘୃଣା କେରେ
ନିଜ ନୀଚ କର୍ମ କଥା
କିମ୍ପା ନ ବିଚାରେ।
ପାପ କର୍ମ କଳେ ନର
ମୋତେ ମାଳା କରି
ପିନ୍ଧାନ୍ତୁ ନି ଅନୁରୋଧ
ରଖ ଦୟାକରି ।
ତୁମ୍ଭ ପାଇ ମାନହାନୀ
ହୁଏ ମୋର ନିତୀ
ଏ ଦୁଃଖ ସହିବା ପାଇ
ନାହି ମୋ ଶକତି ।।
ସ.ଶି ଉଚ୍ଚ ବିଦ୍ୟାଳୟ କୁମଯୋର
-ଘଣ୍ଟିଗୁଡ଼ା, ଜୟପାଟଣା, କଳାହାଣ୍ଡି
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube