ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବଲାଙ୍ଗୀର,୧୫/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ପହଞ୍ଚି ଏଠାରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ୧୫୫୦ କୋଟିର ବିଭିନ୍ନ ପ୍ରକଳ୍ପକୁ ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ ଖୋର୍ଦ୍ଧା-ବଲାଙ୍ଗିର ପଟୁ ଆରମ୍ଭ ହେବାକୁ ଥିବା ରେଳ ଲାଇନର ୧୩.୫ କିମି ଦୋହରୀକରଣକୁ ଶୁଭାରମ୍ଭ କରିଛନ୍ତି। ଏହାସହ ସେ ବଲାଙ୍ଗିର-ବିଛୁପାଲି ଷ୍ଟେସନ ମଧ୍ୟରେ ନୂତନ ଟ୍ରେନର ଲୋକାର୍ପଣ କରିଥିଲେ।

Omkar Vasthu
Omkar Vasthu

ସେହିପରି ସୋନପୁରଠାରେ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କୋଠାର ଶିଳାନ୍ୟାସ କରିଥିଲେ। ଏଥିସହ ୬ଟି ଜିଲ୍ଲା ଜଗତସିଂହପୁର, ବରଗଡ, ପୁରୀ, କନ୍ଧମାଳ, କେନ୍ଦ୍ରାପଡା ଏବଂ ବଲାଙ୍ଗିରର ମୁଖ୍ୟ ଡାକଘରେ ପାସପୋର୍ଟ ସେବା ଉଦଘାଟନ କରିଥିଲେ। ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ନିରନ୍ତର ଅଭିଯାନ ଜାରି ରଖିଥିବା କହିଥିଲେ। ଏଥିସହ ଝାରସୁଗୁଡାରେ ମଲଟି ମୋଡାଲ ଲଜିଷ୍ଟିକ ପାର୍କକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। 

Pearl dental clinic
Near Ashish Medical Store, Bhawanipatna

ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବଲାଙ୍ଗୀର ସାଂସଦ କଲିକେଶ ନାରାୟଣ ସିଂହଦେବ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଏହାବାଦ ପଥରଚେପାରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇ କର୍ମୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।

ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ଯୋଶି ଓ ପଶ୍ଚିମ ଓଡିଶା ପ୍ରତିନିଧି ରାମନାରାୟଣ ବାଗଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.