କରୋନା ମାଡ଼ : ଗଣେଶ ପୂଜାକୁ ନେଇ ଦ୍ଵନ୍ଦ, ସଂକଟରେ ମୂର୍ତ୍ତି କାରିଗର

ଧର୍ମଗଡ଼,୨୭/୭: ଆଗକୁ ଆସୁଛି ବିଘ୍ନରାଜ ଗଣପତିଙ୍କ ଆରଧନାର ପର୍ବ । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି କ୍ଲବ ଓ ଗାଁ ଗାଁ ରେ ଏହି ପୂଜା ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ । ତେବେ ଏବର୍ଷ କରୋନା ସଂକଟ ଯୋଗୁଁ ଗଣେଶ ପୂଜା ପୂର୍ବଭଳି ହେବକି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟପଟେ ବଡ ବଡ ଗଣେଶ ମୂର୍ତ୍ତି ବିକ୍ରୟକରି ଭଲ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିଥାନ୍ତି କାରିଗର । ଧର୍ମଗଡ ବ୍ଲକ ଛିଲିପା ପଞ୍ଚାୟତ ଗୋଡ଼ଭଭଞ୍ଜା ଗ୍ରାମର କେତେକ କାରିଗର ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଦେଇଥିବା ବେଳେ ଅଧାପନ୍ତରିଆ ଭାବେ ମୂର୍ତ୍ତିକୁ ଛାଡି ଦେଇଦେଇଛନ୍ତି । କିଛି ରୋଜଗାର ଆଶାରେ ନିଜ ପଇସା ଖର୍ଚ କରି ଏ ବର୍ଷ ମଧ୍ୟ ମୂର୍ତ୍ତି ତିଆରି କରିଛନ୍ତି ସତ, ହେଲେ ଯଦି ଗଣେଶ ପୂଜା ନ ହୁଏ ତେବେ ବହୁତ ଟଙ୍କାର କ୍ଷତି ସହିବାକୁ ପଡିବ ବୋଲି ଅଧାରେ କାମ ବନ୍ଦ କରି ଦେଇଛନ୍ତି ମୂର୍ତି କାରିଗର । ସେମାନଙ୍କ କହିବା ଅନୁଯାଇ କିଛି ଛୋଟ ମୂର୍ତ୍ତି ନିର୍ମାଣ କରି ରଖିଛନ୍ତି, ଆଶା ଅଛି ଯେ ଲୋକେ ଘରେ ପୂଜା କରିବା ପାଇଁ ନେବେ ।

Udyog Nursery
Udyogi Nursery

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.