ରାୟଗଡ,୨୮/୭: ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଆମ ଖଟି’ (ସାହିତ୍ୟ ବୈଠକୀ) ଆନୁକୂଲ୍ୟରେ କବି ଓ କବିତାକୁ ନେଇ ଆରମ୍ଭ ହୋଇଯାଇଛି ଡିଜିଟାଲ ଭେଟାଭେଟି କାର୍ଯ୍ୟକ୍ରମ ‘ପଲ୍ଲବାୟନ’। ଏଇ ଅବସରରେ ପ୍ରତି ରବିବାର ଡିଜିଟାଲ ପ୍ଲାଟଫର୍ମରେ ଆମନ୍ତ୍ରିତ କବି ନିଜ ନିଜର ସ୍ବରଚିତ କବିତା ପାଠ କରିବା ସହ ପରସ୍ପର ସହ ଭାବ ବିନିମୟ କରିବା ଦେଖାଦେଇଛି। ଲକଡାଉନ ଭଳି ସାଂପ୍ରତିକ ସଂକଟ ସମୟରେ ଏଭଳି ବ୍ୟବସ୍ଥା ହୋଇଥିବାରୁ ଆମନ୍ତ୍ରିତ କବିଗଣ ଆମ ଖଟି ପ୍ରତି ସାଧୁବାଦ ଜଣାଇଛନ୍ତି।
ସୂଚନା ଅନୁଯାୟୀ, ପଲ୍ଲବାୟନର ପ୍ରଥମ ପଲ୍ଲବରେ କବି ତଥା ପଞ୍ଚବଟୀର ସଂପାଦକ ସୁଶାନ୍ତ କୁମାର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଇ ଅବସରରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଦୁଷ୍ମନ୍ତ କୁମାର ମହାନ୍ତି, ଅଧ୍ୟାପିକା କୃଷ୍ଣପ୍ରିୟା ସାହାଣୀ, ବରିଷ୍ଠ କବି ଜୟଦେବ ସିଠ, କବି ତଥା ସ୍ତମ୍ଭକାର ଦ୍ୱିତୀଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ପତି, ରବି ଶତପଥୀ, ଉତ୍ତମ ଦାଶ, ଗାୟତ୍ରୀ ମିଶ୍ର, ସୁନୀତା ପାଢୀ, ରାଧାମୋହନ ପାଣିଗ୍ରାହୀ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ।
ସେହିପରି ରବିବାର ଏହାର ଦ୍ବିତୀୟ ପଲ୍ଲବରେ ଯୁବପିଢ଼ିଙ୍କୁ ନେଇ ହୋଇଥିବା ଏଇ କାର୍ଯ୍ୟକ୍ରମରେ ପ୍ରଣବକଳ୍ପ ପଟ୍ଟନାୟକ, ଚକ୍ରଧର ପାଢୀ, ଦିବ୍ୟ ପ୍ରକାଶ ରଥ, ସସ୍ମିତା ଆଚାର୍ଯ୍ୟ, ସାର୍ଥକ ପ୍ରସାଦ ସାହୁ, ପ୍ରଭାସ ଟୋଲଟିଆ, ସନ୍ତୋଷ କୁମାର ନାୟକ, ସୁନୀତା ସାହୁ, ସୁମତି ମିଶ୍ର ଓ ରୂପେଶ ସାହୁ ନିଜ ନିଜର କବିତା ପାଠ କରିଥିଲେ।
ଏଇ ଅବସରରେ କବି ସୁଶାନ୍ତ କୁମାର ନାୟକ, ଡ. ଲକ୍ଷ୍ମୀ ନାରାୟଣ ଦାଶ, ଯୁଧିଷ୍ଠିର ଲେଙ୍କା, ଜ୍ୟୋତିପ୍ରକାଶ ଗିରି, ଅରୁଣ ପାଣିଗ୍ରାହୀ, ଦିଲ୍ଲୀପ ପୁରୋହିତ, ଗଗନ ବିହାରୀ ସ୍ବାଇଁ, ସୁଦୂର କୁଏତରୁ ବିଭାସିନୀ ନନ୍ଦ, ସୁଜାତା ମହାପାତ୍ର, କଲ୍ୟାଣୀ ସାସମଲ, ମହେଶ୍ବତା ପାଣିଗ୍ରାହୀ, ରଜନୀରାଣୀ ମିଶ୍ର, ନୀଳମାଧବ ପାଣିଗ୍ରାହୀ, ଗଣେଶ ପ୍ରସାଦ ଦାଶ, ତେନ୍ଦୁଲକର ସାହୁ, ଶିବସୁନ୍ଦର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଯୁବକବିମାନଙ୍କୁ ଉତ୍ସାହିତ କରିଥିଲେ।
ଉଲ୍ଲେଖଯୋଗ୍ଯ ଯେ, କାରଗିଲ ବିଜୟ ଦିବସ ହୋଇଥିବାରୁ ସୁଦୂର ଭୂବନେଶ୍ବରରୁ କଣ୍ଠଶିଳ୍ପୀ ମହେଶ୍ବତା ପଟ୍ଟନାୟକ ଏଇ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରି ଅମର ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଆବାହକ କବି ଆଶୁତୋଷ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏଇ କାର୍ଯ୍ୟକ୍ରମରେ କବି ଶ୍ରୀଧର ପଟ୍ଟନାୟକ ସଂଯୋଜନା ଦାୟିତ୍ବରେ ଥିବା ବେଳେ ଯୁବକବି ରୂପେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାୟଗଡ଼ରୁ ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ OdiaBarta.in